ବିଶ୍ୱ ରକ୍ତଦାନ ଦିବସ ପାଳିତ
ବ୍ରହ୍ମପୁର, (ଅନିଲ କୁମାର):ବିଶ୍ୱ ରକ୍ତଦାନ ଦିବସ ଉପଲକ୍ଷେ ଦିବ୍ୟଜୀବନ ସଂଘ ଲାଞ୍ଜିପଲ୍ଲୀ ଶାଖାର ପ୍ରତିଷ୍ଠାତା ଯୋଗଚାର୍ୟ ସ୍ୱାମୀ ହରିଶରଣାନନ୍ଦ ସରସ୍ବତୀ ମହାରାଜ ବ୍ରହ୍ମପୁର ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଓ ଚିକିତ୍ସାଲୟର ରକ୍ତ ଭଣ୍ଡାର କୁ ରକ୍ତ ଦାନ କରିଥିଲେ।ଏହି ରକ୍ତ ଦାନ ଦିବସ ପାଳନ ଅବସରରେ ସ୍ୱାମୀଜୀ କହିଥିଲେ ଯେ ରକ୍ତ ଦାନ ମହାପୁଣ୍ୟ।ରକ୍ତ ଦାନ ଦ୍ୱାରା ଅନ୍ୟର ଜୀବନ ବଞ୍ଚାଇବା ଭଳି ଏକ ମହତ କାର୍ଯ୍ୟ ଜୀବନରେ ହୋଇପାରିବ।ତେଣୁ ସମସ୍ତ ଭାଇ ଓ ଭଉଣୀମାନେ ଆଗକୁ ଆସି ରକ୍ତଦାନ କରିବା ଆବଶ୍ୟକ।ଭାରତ ତଥା ବିଶ୍ବକୁ କରୋନା ମହାମାରୀରୁ ରକ୍ଷା କରିବା ପାଇଁ ଗୁରୁ ଓ ଗୋବିନ୍ଦଙ୍କ ଠାରେ ପ୍ରାର୍ଥନା କରିଥିଲେ।ସ୍ୱାମୀ ଶିବନନ୍ଦ ଓ ସ୍ୱାମୀ ଚିଦାନନ୍ଦ ସରସ୍ବତୀ ମହାରାଜାଙ୍କ ବାଣୀକୁ ପ୍ରତ୍ୟେକ ଘରେ ପହଞ୍ଚାଇବା ଓ ଈଶ୍ୱର ସାକ୍ଷତକର ଉଦେଶ୍ୟ ଅଟେ ।ମନ ପବିତ୍ର ସହ ହୃଦୟ ନିର୍ମଳ ହେବା ଦ୍ୱାରା ଲକ୍ଷ୍ୟ ସାଧନ ହୋଇପାରିବ ବୋଲି ସ୍ୱାମିଜୀ ମତବ୍ୟକ୍ତ କରିଥିଲେ।