ବିଶ୍ୱ ଶାନ୍ତି ସର୍ବଧର୍ମ ପ୍ରାର୍ଥନା ଦିବସ ପାଳିତ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ନୂଆବର୍ଷର ପ୍ରାତଃ ୮ଘଟିକାରେ ତୁଳସୀକ୍ଷେତ୍ରାଧିପତି ବଡଠାକୁର ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ରଥଦାଣ୍ଡରେ କେନ୍ଦ୍ରାପଡାର ଗରାପୁର ସ୍ଥିତ ଶିବାନନ୍ଦ ଆଶ୍ରମର ଶ୍ରୀମା ଦିବ୍ୟସ୍ୱରୁପାନନ୍ଦ ସରସ୍ୱତୀଙ୍କ ପୌରହିତ୍ୟରେ ବିଶ୍ୱଶାନ୍ତି ସର୍ବଧର୍ମ ପ୍ରାର୍ଥନା ଦିବସ ଆନନ୍ଦ ଉଲ୍ଲାସର ସହ ଏକ ଧାର୍ମିର୍କ ବାତାବରଣରେ ପାଳନ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ କେନ୍ଦ୍ରାପଡାର ବିଧାୟକ ଶଶୀଭୂଷଣ ବେହେରା, ଶ୍ରୀମା ଦିବ୍ୟସ୍ୱରୁପାନନ୍ଦ ସରସ୍ୱତୀ, ସ୍ୱାମୀଜୀ ରାମ ଶରଣାନନ୍ଦଜୀ ଓ କପାଳେଶ୍ୱର ପଞ୍ଚାୟତର ସରପଞ୍ଚ ଗାୟତ୍ରୀ ମହାନ୍ତି ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ପ୍ରାର୍ଥନା ଉତ୍ସବର ଶୁଭାରମ୍ଭ କରିଥିଲେ । ଏହି ପ୍ରାର୍ଥନା ସଭାରେ କେନ୍ଦ୍ରାପଡା ଜିଲ୍ଲାର କୋଣ ଅନୁକୋଣରୁ ଅନେକ ପ୍ରାର୍ଥନାପ୍ରେମୀ ଭକ୍ତ ଓ ଜନସାଧାରଣ ଯୋଗ ଦେଇଥିଲେ । ସଭାରେ ଅତିଥି ରୂପେ କେନ୍ଦ୍ରାପଡାର ପୂର୍ବତନ ବିଧାୟିକା ଡଃ. ସିପ୍ରା ମଲ୍ଲିକ, ଜିଲ୍ଲାପରିଷଦ ସଭାପତି ମାନସ କୁମାର ପରିଡା, କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଶିବ ପ୍ରସାଦ ଭଳ, ଉପାଧ୍ୟକ୍ଷା ସ୍ନେହଲତା ପ୍ରଧାନ, ଡେରାବିଶ ବ୍ଲକ ଅଧ୍ୟକ୍ଷ ସରୋଜକାନ୍ତ ସାହୁ, ବିଜେପିର ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡା, କେନ୍ଦ୍ରାପଡା ସାହିତ୍ୟ ସଂସଦର ସଭାପତି ବାସୁଦେବ ଦାସ, ସମ୍ପାଦକ ଶୁଭାଂଶୁ ଦାସ, ଦେବାଶିଷ ମହାନ୍ତି, ରାଜେଶ ପଣ୍ଡା, ଶିକ୍ଷାବିତ ଭଜକୃଷ୍ଣ ରାଉତ, ଆଇନଜୀବୀ ସଞ୍ଜୟ କୁମାର ଜେନା, ଶିକ୍ଷାବିତ ମନୋରଞ୍ଜନ ତ୍ରିପାଠୀ, ବ୍ୟଙ୍ଗକବି ଶ୍ରୀଧର ମହାନ୍ତି, ଧିରେନ୍ଦ୍ର କୁମାର ଦାସ ପ୍ରମୁଖ ଯୋଗଦେଇ ମନୁଷ୍ୟ ଜୀବନରେ ପ୍ରାର୍ଥନାର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ । ମୁଖ୍ୟ ଅତିଥି ବିଧାୟକ ଶ୍ରୀ ବେହେରା ସମାଜରେ ଶାନ୍ତି, ସଦ୍‌ଭାବନା ଭାତୃତ୍ୱ ଭାବ ପ୍ରତିଷ୍ଠା ପାଇଁ ପ୍ରାର୍ଥନା ଏକ ଶ୍ରେଷ୍ଠ ମନ୍ତ୍ର ବୋଲି ଦୃଢୋକ୍ତି ପ୍ରକାଶ କରିବା ସହ ଏହି ଜାନୁଆରୀମାସ ପ୍ରଥମ ଦିବସକୁ ବିଶ୍ୱଶାନ୍ତି ସର୍ବଧର୍ମ ପ୍ରାର୍ଥନା ଦିବସ ରୂପେ ଘୋଷଣା କରିବା ପାଇଁ ସରକାରୀସ୍ତରରେ ପ୍ରଚେଷ୍ଟା କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ମନୁଷ୍ୟ ଜୀବନର ପୂର୍ଣ୍ଣତା ପାଇଁ ପ୍ରାର୍ଥନା ଅପରିହାର୍ଯ୍ୟ ବୋଲି ଉପଦେଶ ଦେଇଥିଲେ ଏବଂ ଉପସ୍ଥିତ ଅତିଥି ଓ ଭକ୍ତମାନଙ୍କୁ ଏହି ଦିବସକୁ ବିଶ୍ୱଶାନ୍ତି ସର୍ବଧର୍ମ ପ୍ରାର୍ଥନା ଦିବସ ଘୋଷଣା କରିବାକୁ ନିଜ ନିଜ ସ୍ତରରେ ଉଦ୍ୟମ କରିବାକୁ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ