ବିଶ୍ୱ ଶ୍ରମିକ ଦିବସ ସ୍ୱାଗତରେ ମଶାଲ ଶୋଭାଯାତ୍ରା

ବାଲେଶ୍ୱର, (ସରୋଜ ପଣ୍ଡା):ବିଶ୍ୱ ଶ୍ରମିକ ଦିବସକୁ ସ୍ୱାଗତ ଜଣାଇ ଶ୍ରମିକ ସଂଗଠନ ସମନ୍ୱୟ ସମିତି ‘ଟିୟୁଏସିସି’ ପକ୍ଷରୁ ଏକ ମଶାଲ ଶୋଭାଯାତ୍ରା ରବିବାର ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଶତାଧିକ ଶ୍ରମିକଙ୍କୁ ନେଇ ଏହି ମଶାଲ ମୋଟରସାଇକଲ ଶୋଭାଯାତ୍ରା ଗୋଳାପୋଖରୀ ନିକଟ ପୌରପାଳିକା କାର୍ଯ୍ୟାଳୟ ସମ୍ମୁଖରୁ ବାହାରି ସହରର ମୋତିଗଞ୍ଜ ବଜାର, ସିନେମା ଛକ, ଷ୍ଟେସନ ବଜାର, ଫକୀରମୋହନ ଗୋଲେଇ, ସହଦେବଖଣ୍ଟା ବସ୍‌ଷ୍ଟାଣ୍ଡ୍ ଅତିକ୍ରମ କରି ନୂଆସାହି ଦୁର୍ଗାମଣ୍ଡପ ନିକଟରେ ସମାପ୍ତ ହୋଇଥିଲା ।ଏଥିରେ ମଇ ଦିବସ କମିଟିର ସମ୍ପାଦକ ରବିନାରାୟଣ ମିଶ୍ର, ଟିୟୁଏସିସିର ସଭାପତି ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା, ‘ସିଟୁ’ର ରାଜ କିଶୋର ଲେଙ୍କା, ପ୍ରେମରଞ୍ଜନ ପାତ୍ର, ଶ୍ୟାମସୁନ୍ଦର ଜେନା, ଏଆଇଟିୟୁସିର ଶରତ ଦଳେଇ, ବନ୍ଦନା ବିଶ୍ୱାସ, ଜଗଦୀଶ ବେହେରା, ଭରତ ସେଠୀ, ମନ୍ମଥ ପରିଡ଼ା, ଲକ୍ଷ୍ମୀଧର ଗିରି, ଆଶୁତୋଷ ପରିଡ଼ା, ଆଇଏନ୍‌ଟିୟୁସିର ବିକାଶ ଦାସ, ରାଜେନ୍ଦ୍ର ଦାସ, ଚାଷୀ ଏକତା ମଞ୍ଚ ସଭାପତି ଅରୁଣ ଜେନା, ଯତୀନ୍ ପାତ୍ର ଏବଂ ଏଆଇଟିୟୁସିର ଜିଲା ସମ୍ପାଦକ ଶ୍ୟାମସୁନ୍ଦର ଜେନା ପ୍ରମୁଖ ଏହି ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ । ଆସନ୍ତାକାଲି ସକାଳ ୭ଟାରେ ବିଚାରଗଞ୍ଜ ଫାଣ୍ଡି ଛକରେ ମଇଦିବସ ପତାକା ଉତ୍ତୋଳନ ପରେ ବିଭିନ୍ନ ସଂଗଠନ ପକ୍ଷରୁ ସହରର ଏକାଧିକ ସ୍ଥାନରେ ମଇଦିବସ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଅପରାହ୍ନ ୪ ଟା ୩୦ମିନିଟରେ ବାଲେଶ୍ୱର ଷ୍ଟେସନ ଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଗାନ୍ଧୀସ୍ମୃତି ଭବନ ସମ୍ମୁଖରେ ପହଞ୍ôଚବ । ସେଠାରେ ମଇ ଦିବସ ପାଳନ ଓ ଶ୍ରମିକ ଶ୍ରେଣୀର ଦୀର୍ଘ ଲଢ଼େଇର ଇତିହାସ ଏବଂ ଆଜି ଶ୍ରମିକଶ୍ରେଣୀ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଓ ଦାବି ସମ୍ପର୍କରେ ଆଲୋଚନା କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ