ବିଶ୍ୱ ସନାତନ ଯୁବସେବା ସଂଘ ପକ୍ଷରୁ ପ୍ରସ୍ତୁତି ବୈଠକ

ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍‌): ବିଶ୍ୱ ସନାତନ ଯୁବସେବା ସଂଘର ୨୬ତମ ବାର୍ଷିକ ଉତ୍ସବ ଓ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜନ୍ମ ଉତ୍ସବକୁ ସଂଘ ଗାନ୍ଧିଜୀଙ୍କ ଉଦ୍ଦେଶ୍ୟରେ ମହାତ୍ମା-୨୦୧୯ ନାମରେ ୨୬ତମ ବାର୍ଷିକ ଉତ୍ସବକୁ ପାଳନ କରିବା ପାଇଁ ସ୍ଥିର କରାଯାଇଛି । ଅନୁଷ୍ଠାନର ସଭାପତି ବାବା ଦିବ୍ୟକୃଷ୍ଣ ଦାସଙ୍କ ସଭାପତିତ୍ୱରେ ପତିତପାବନ ଜୀଉ ମନ୍ଦିର ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସମାଜରେ ବଂଚିବାକୁ ହେଲେ ବିଭିନ୍ନ ଅବସ୍ଥା ଆଉ ଆବଶ୍ୟକତା ଦୃଷ୍ଟିଗୋଚର ହୋଇଥାଏ । ବୟସର ଅପରାହଣରେ ଆଜିର ସମାଜରେ ଅବହେଳିତ ହେଉଛନ୍ତି ବୃଦ୍ଧବୃଦ୍ଧା । ବୃଦ୍ଧବୃଦ୍ଧାଙ୍କୁ ସମ୍ମାନ ଜଣାଇ ବିଶ୍ୱ ସନାତନ ଯୁବ ସେବା ସଂଘ ତାର ୨୬ ବର୍ଷ ପୂର୍ତି ଅବସରରେ ବୃଦ୍ଧାବସ୍ଥା-ଅଭିଶାପ ନୁହେଁ ଆଶୀର୍ବାଦ ଶୀର୍ଷକ କାର୍ଯ୍ୟକ୍ରମ ବାବା ସତ୍ୟାନନ୍ଦ ଦାସଙ୍କ ତତ୍ୱାବଧାନରେ ହେବ ବୋଲି ତିହୁଡା ବାଲିସାହିର ପତିତପାବନ ଜୀୟୁ ମନ୍ଦିର ପରିସରରେ ଆୟୋଜିତ ପ୍ରସ୍ତୁତି ବୈଠକରେ ସ୍ଥିର କରାଯାଇଛି । ଏଥିସହିତ ବ୍ୟକ୍ତିତ୍ୱ ବିକାଶ ଶିବିର,ବୃକ୍ଷରୋପଣ ଓ ଯୁବ ସମାଜକୁ ମହାତ୍ମା ଗାନ୍ଧିଙ୍କ ଅହିଂସା ମାର୍ଗରେ ପ୍ରେରଣା ଦେବାପାଇଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଆସନ୍ତା ଡିସେମ୍ବର ୩୧ ତାରିଖରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ନାଉଗାଁ ଅଂଚଳର ସମସ୍ତ ଆଧ୍ୟତ୍ମିକ ପ୍ରେମୀ ସଂଘର କର୍ମକର୍ତା ବହୁ ସଂଖ୍ୟାରେ ଯୋଗଦେବାକୁ ଅନୁଷ୍ଠାନ ତରଫରୁ ନିବେଦନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଉପଦେଷ୍ଠା ସିଦ୍ଧେଶ୍ୱର ବାରିକ୍‌,ସଂପାଦକ ତ୍ରୀଲୋଚନ ପାଢୀ,ବୃନ୍ଦାବନର ସନ୍ଥ ବାବା କୈଳାଶ ଜୀ, ହିଂମାଶୁ ମହାନ୍ତି, ତପନ କୁମାର ବେହୁରା,ଭ୍ରମରବର ଗୋଛାୟତ,ପ୍ରଶନ୍ନଜିତ୍ ସାହୁ,ମନୋଜ ନାୟକ ପ୍ରମୁଖ ଯୋଗଦେଇ ଆସନ୍ତା ଡିସେମ୍ବର ୩୧ ବାର୍ଷିକ ଉତ୍ସବକୁ ସଫଳ କରିବା ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ