ବିଶ୍ୱ ସର୍ବଧର୍ମ ପ୍ରାର୍ଥନା ଦିବସ ପାଇଁ ଶିବାନନ୍ଦ ଆଶ୍ରମରେ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମ ପରିସରରେ ବିଶ୍ୱ ସର୍ବଧର୍ମ ପ୍ରାର୍ଥନା ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ବିଶ୍ୱ ସର୍ବଧର୍ମ ପ୍ରାର୍ଥନା ସଭାର ଦାୟୀତ୍ୱ ଡଃ. ବାସୁଦେବ ଦାସ ଏବଂ ବଳଦେବ ସଂସ୍କୃତି ଗବେଷକ ନିରଞ୍ଜନ ମେକାପକୁ ଅର୍ପଣ କରାଯାଇଥିଲା । ଆସନ୍ତା ନଭେମ୍ବର ମାସରେ ଏସମ୍ପର୍କରେ ଜିଲ୍ଲାପାଳ ଓ ଜିଲ୍ଲାର ବିଧାୟକମାନଙ୍କ ସହ ଆଲୋଚନା କରି ଆଗାମୀ ପ୍ରାର୍ଥନା ଦିବସକୁ ବିଶ୍ୱ ସ୍ତରୀୟ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ନଭେମ୍ବର ଦ୍ୱିତୀୟ ସପ୍ତାହରେ ଭୁବନେଶ୍ୱରରେ ବରିଷ୍ଠ ସାମ୍ବାଦିକ ଶ୍ରୀରାମ ଦାଶ, ଅମ୍ବିକା ପ୍ରସାଦ ଦାସ ଓ ଦେବେନ୍ଦ୍ର ସୁଆରଙ୍କୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରାଯିବାକୁ ସ୍ଥିର କରାଯାଇଥିଲା । ଏହି ପ୍ରସ୍ତୁତି ବୈଠକରେ କପାଳେଶ୍ୱର ସରପଞ୍ଚ ଗାୟତ୍ରୀ ମହାନ୍ତି, ସୁମିତ୍ରା ପାଢୀ, ବ୍ଲକ ଉପାଧ୍ୟକ୍ଷା ସ୍ନେହଲତା ପ୍ରଧାନ, ବାସନ୍ତୀ ସାହୁ, ଦ୍ରୈାପଦୀ ରାଉତ, ଶିକ୍ଷାବିତ ମନୋରଞ୍ଜନ ତ୍ରିପାଠୀ, ଶ୍ରୀଧର କୁମାର ମହାନ୍ତି, ନୃସିଂହ ଚରଣ ତ୍ରିପାଠୀ, ବିଚିତ୍ର ବେହେରା, ରୋମିତ ସୈାରଭ ଗାହାଣ, ବାପି ଗୋଛାୟତ, ନିତ୍ୟାନନ୍ଦ ରାଉତ, ରାଧାକୃଷ୍ଣ ସାହୁ, ସାଇନାଥ କଳାକାର ସଙ୍ଘର ସୁବ୍ରତ ରାଉତ, ମଥୁରାନନ୍ଦ ସାହୁ, ସନ୍ତୋଷ ପୋଥାଳ, ନିରୂପମା ଦାସ, ସଞ୍ଜୟ କୁମାର ଜେନା, ଦେବେନ୍ଦ୍ର କୁମାର ପ୍ରଧାନ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ସ୍ୱାମୀ ରାମଶରଣାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ । ଆଶ୍ରମର ବାବା ନୃସିଂହ ଦାସ, ସୁଦର୍ଶନ ଦାସ, ଶିବାନୀ, ବର୍ଷା, ସୁଶ୍ମିତା ବିଶ୍ୱାଳ, ଶରତବାବୁ, ଶାନ୍ତିଅପା, ସାବିତ୍ରୀ ଅପା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ