ବିଶ୍ୱ ସର୍ବଧର୍ମ ପ୍ରାର୍ଥନା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଆସନ୍ତା ଜାନୁଆରୀମାସ ପହିଲାକୁ ବିଶ୍ୱ ସର୍ବଧର୍ମ ପ୍ରାର୍ଥନା ଦିବସ ରୂପେ ପାଳନ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଗରାପୁରସ୍ଥିତ ଦିବ୍ୟ ଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆଶ୍ରମର ମୁଖ୍ୟ ଶ୍ରୀମା ସ୍ୱାମୀ ଦିବ୍ୟସୂରୁପାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ବଳଦେବ ସଂସ୍କୃତି ଗବେଷକ ନିରଞ୍ଜନ ମେକାପ, ଅଧ୍ୟାପକ ଅଜୟ ସାମଲ, ଜିଲ୍ଲା ଓକିଲ ସଙ୍ଘ ସଭାପତି ଆଶୁତୋଷ ମହାନ୍ତି, ଆଇନଜୀବୀ ସଞ୍ଜୟ କୁମାର ଜେନା, ବିଜେପି ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡା, ଅମୀୟ ନାୟକ,ସତ୍ୟବ୍ରତ ସିଂ, ଅନନ୍ତ ଚରଣ ଲେଙ୍କା ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପ୍ରାର୍ଥନା ମଣିଷ ହୃଦୟରେ ଶାନ୍ତି ଓ ଭକ୍ତି ଭରି ଦେଇଥାଏ । ବିଶ୍ୱରେ ଯୋଗ ଦିବସ, ମହିଳା ଦିବସ, ଗୁରୁ ଦିବସ, ଶିଶୁ ଦିବସ ଭଳି ଅନେକ ଦିବସ ପାଳନ ହେଉଥିବା ବେଳେ ସମସ୍ତଙ୍କ ହିତ ସାଧନ ପାଇଁ ଆସନ୍ତା ଜାନୁଆରୀମାସ ପହିଲାରେ ବିଶ୍ୱ ପ୍ରାର୍ଥନା ଦିବସ ପାଳନ କରିବାକୁ ବିଶ୍ୱବାସୀଙ୍କୁ ସମସ୍ତ ସଦସ୍ୟ କରିଛନ୍ତି । ସେହିଦିନ କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ରଥଦାଣ୍ଡ ଏବଂ ପୁରୀ ଶ୍ରୀକ୍ଷେତ୍ରର ଶ୍ରୀଜଗନ୍ନାଥଙ୍କ ରଥଦାଣ୍ଡରେ ପ୍ରାର୍ଥନା ଦିବସ ପାଳନ କରାଯିବାକୁ ସ୍ଥିର କରାଯାଇଥିଲା । ଏହି ଉପଲକ୍ଷେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବାବା ନୃସିଂହ ଦାସ, ଶିକ୍ଷାବିତ ମନୋରଞ୍ଜନ ତ୍ରିପାଠୀ, ଶ୍ରୀଧର ମହାନ୍ତିଙ୍କ ସମେତ ଆଶ୍ରମର ଅନ୍ତେବାସୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ