ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ
ବାଲେଶ୍ୱର,(ଯୁଗ।।ବ୍ଦ ନ୍ୟୁଜ୍): ‘ବିଶ୍ୱ ସ୍ତନ୍ୟପାନ ସପ୍ତାହ’ ପାଳିତ ଅବସରରେ ପୌର ପରିଷଦ ଅଧିନସ୍ଥ ମାନସିଂ ବଜାରଠାରେ ୫ ଓ ୧୩ ନଂର ୱାର୍ଡର ମହିଳା ଆରୋଗ୍ୟ ସମିତି ଓ ଜିଲ୍ଲା ସ୍ୱାସ୍ଥ୍ୟ ମିଶନର ମିଳିତ ଆନୁକୂଲ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୧ ରୁ ୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଆସିଥିବା ସମସ୍ତ ମା’ମାନଙ୍କୁ ବିଶେଷ କରି ଗର୍ଭବତୀ ମହିଳାମାନେ ନିଜେ ଓ ନିଜ ପିଲା ପ୍ରତି ସଚେତନଶୀଳତା ହେଉନଥିବା ପରିଲକ୍ଷିତ ହେଉଥିବା ବେଳେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ଉପ-ପରିଚାଳକ ଏଲିନା ସାମଲ ତାଙ୍କ ବକ୍ତବ୍ୟରେ ମା’ ର କ୍ଷୀର ଅମୃତ, ଜନ୍ମ ହେବାର ଦୁଇ ଦିନ ପର୍ଯ୍ୟନ୍ତ ଯେଉଁ କ୍ଷୀର ବାହାରେ ସିଏ ଅମୂଲ୍ୟ ବୋଲି କହିବା ସହ ଜନ୍ମରୁ ୬ ମାସ ପର୍ଯ୍ୟନ୍ତ ପ୍ରତ୍ୟେକ ପିଲାକୁ ମା’ କ୍ଷୀର ଖୁଆଇବା ତତ୍ସହ କଷ କ୍ଷୀରର ଗୁଣ ବିଷୟରେ ମା’ମାନଙ୍କୁ ଅବଗତ କରାଇଥିଲେ । ୧୯୯୧ ମସିହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ରାଷ୍ଟ୍ରୀୟ ହେଲ୍ଥ ମିଶନର ମିଳିତ ଆନୁକୂଲ୍ୟରେ ସମଗ୍ର ଭାରତବର୍ଷରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ଅନୁଷ୍ଠିତ ହୋଇଆସୁଛି । ମୁଖ୍ୟ ଅତିଥି ଭାବେ ସଦର ବିଧାୟକ ମଦନ ମୋହନ ଦତ୍ତ ଉପସ୍ଥିତ ରହି ନିଜ ବକ୍ତବ୍ୟରେ ମା’ମାନେ ତାଙ୍କ ପିଲାକୁ ସୁସ୍ଥ ରଖିବା ପାଇଁ ଚାହୁଁଥିଲେ ଜନ୍ମ କରିବା ପରଠୁ ୬ ମାସ ପର୍ଯ୍ୟନ୍ତ କ୍ଷୀର ଖୋଇବାକୁ ଦେବେ । ଅନ୍ୟମାନଙ୍କ ମଧ୍ୟରେ ସମ୍ମାନୀତ ଅତିଥି ଭାବେ ପୂର୍ବତନ କାଉନସିଲର ସୁଜିତ ଦେବ, ଜିଲ୍ଲା ଯକ୍ଷ୍ମା ଅଧିକାରୀ ଗିରିଶ ଚନ୍ଦ୍ର ପତି, ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନର ସହପରିଚାଳକ ଫନିଭୁଷଣ ପଟ୍ଟନାୟକ, ଜିଲ୍ଲା ତଥ୍ୟ ପରିଚାଳକ ହରେକୃଷ୍ଣ ସାହୁ, ଆଶା ସହପରିଚାଳକ ସୂର୍ଯ୍ୟଜିତ୍ ରାୟ, ସହରଞ୍ଚାଳ ସ୍ୱାସ୍ଥ୍ୟ ମିଶନର ଜନସ୍ୱାସ୍ଥ୍ୟ ପରିଚାଳକ ସଞ୍ଜୟ କୁମାର ପରିଡା, ସି.ଡି.ପି.ଓ ସବିତା ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ମହିଳା ଆରୋଗ୍ୟ ସମିତିର ସଭ୍ୟା ବୃନ୍ଦ, ଆଶାକର୍ମୀ ଅର୍ଣ୍ଣପୂର୍ଣ୍ଣା ରାଉତ, ଅଙ୍ଗନୱାର୍ଡି କର୍ମୀ ସୁନନ୍ଦା ତାଲ୍ଦୀ, ସନ୍ତୋଷୀ ମଲ୍ଲିକ, ଏ.ଏନ.ଏମ କର୍ମୀ ସଙ୍ଗୀତା ବେହେରା ଏବଂ ସଭ୍ୟା ପ୍ରିତୀ ବେହେରା, କଳ୍ପନା ବେହେରା, ଅନିମା ବେହେରା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଶେଷରେ ଉପସ୍ଥିତ ମା’ମାନଙ୍କୁ ସ୍ତନ୍ୟପାନ ଦିବସ ଉପରେ କୁଇଜ୍ ପଚରାଯିବା ସହ ବିଜୟ ହୋଇଥିବା ତିନି ଜଣ ମା’ ସୁମିତ୍ରା ସାହୁ, ଦୀପାରାଣୀ ମଲ୍ଲିକ, ଜ୍ୟୋଷ୍ନାରାଣୀ ଆଚାର୍ଯ୍ୟଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରଷ୍କୃତ କରାଯାଇଥିଲା ।