ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଚାଇଲ୍‌ଡ଼ ଫଣ୍ଡ ଇଣ୍ଡିଆର ଭୁବନେଶ୍ୱର ଅର୍ବାନ ଡ଼େଭଲପମେଣ୍ଟ ପ୍ରକଳ୍ପ ତରଫରୁ ଭୁବନେଶ୍ୱରର ବିଭିନ୍ନ ସ୍ଲମରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ କରାଯାଇଛି । ଏହି ଅବସରରେ ଶିଖରଚଣ୍ଡି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ ସଭା ଓ ରାଲିର ଆୟୋଜନ କରାଯାଇଥିଲା । ଏଥିରେ ଶିଖରଚଣ୍ଡି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ମେଡ଼ିକାଲ ଅଫିସର ଡ. ଦେବଦତ୍ତ ଆଚାରୀ, ଶିଖରଚଣ୍ଡି ୧ ନମ୍ବର ୱାର୍ଡ଼ର କର୍ପୋରେଟର ମିହିର କୁମାର ରାଉତ, ଶିଖରଚଣ୍ଡି ୨ ନମ୍ବର ୱାର୍ଡ଼ର କର୍ପୋରେଟର ମୋନାଲିସା ବେହେରା, ଶିଖରଚଣ୍ଡି ନଗରର ସଭାପତି ଭରତ ପାଣିଗ୍ରାହୀ, ସମ୍ପାଦକ ପଦ୍ମନାଭ ରଥଙ୍କ ସମେତ ଅଙ୍ଗନୱାଡ଼ି କର୍ମୀ ଓ ଆଶା କର୍ମୀ ଉପସ୍ଥିତ ଥିଲେ । ମା’କ୍ଷୀର ଶିଶୁର ପ୍ରଥମ ଟୀକାକରଣ ବୋଲି ଡ. ଆଚାରୀ କହିଥିଲେ । ଚାଇଲ୍‌ଡ଼ ଫଣ୍ଡ ଇଣ୍ଡିଆ ତରଫରୁ ଏଲ୍ କୁନ୍‌ମୁନ୍ ଦୋରା କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ପ୍ରିୟଙ୍କା ମହାରଣା, ସୁଜାତା ଦାଶ, ପ୍ରଜ୍ଞା ମିଶ୍ର, ଶୁଭଶ୍ରୀ ବୋଇଷି ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ