ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ
ବାଲେଶ୍ୱର, (ସରୋଜ ପଣ୍ଡା):ମହିଳା ଆରୋଗ୍ୟ ସମିତି ପକ୍ଷରୁ ସ୍ଥାନୀୟ ଫିରିଙ୍ଗପାଟଣା ସ୍କୂଲ ଠାରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ଅବସରରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି, ସ୍ଥାନୀୟ କାଉନସିଲର ଶଶୀରେଖା ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ତନ୍ୟ ପାନ ର ଆବଶ୍ୟକତା ଓ ଏହା ଶିଶୁର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ମାକୁ ସୁସ୍ଥ ରଖିଥାଏ ବୋଲି କହିଥିଲେ. ଅନ୍ୟମାନଙ୍କ ମଧ୍ୟରେ ଶେଫାଳି ମହାନ୍ତି, ସୁସ୍ମିତା ଭୂୟାଁ, ସ୍ବର୍ଣ୍ଣଲତା ଘୋଷ ପ୍ରମୁଖ ସ୍ତନ୍ୟପାନ ସମ୍ପର୍କରେ ଆଲୋଚନା କରିଥିଲେ. ଏହି କାର୍ଯ୍ୟକ୍ରମ ରେ ଶତାଧିକ ଗର୍ଭବତୀ ଓ ପ୍ରସୂତି ମହିଳା ଅଂଶଗ୍ରହଣ ଗ୍ରହଣ କରିଥିଲେ.