ବିଶ୍ୱ ହକି କପ୍ ସମ୍ପର୍କିତ ତଥ୍ୟ ଦେଉନାହାଁନ୍ତି ରାଜ୍ୟ ସରକାର ଓସାର ମାର୍ଚ୍ଚ ୭ରେ ରାଜଭବନ ଆଗରେ ଧାରଣା

ଭୁବନେଶ୍ୱର (ଜୁଗାବ୍ଦ ନ୍ୟୁଜ୍‍): ହକି ଖେଳ ଶେଷ ହେବାଠାରୁ ତିନିମାସ ବିତିଯାଇଥିଲେ ମଧ୍ୟ ରାଜ୍ୟ ସରକାର ସୂଚନା ଅଧିକାର ଆଇଥନ୍ ବଳରେ ବିଶ୍ୱ ହକି କପ୍ ସମ୍ପର୍କିତ କୌଣସି ତଥ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ଦେଉନାହାଁନ୍ତି ବୋଲି ଓଡ଼ିଶା ସୂଚନା ଅଧିକାର ଅଭିଯାନ ତରଫରୁ ଅଭିଯୋଗ ହୋଇଛି । ହକି କପ୍ ଖେଳରେ ରାଜ୍ୟ ଅମଲାମାନେ କୋଟି କୋଟି ଟଙ୍କା ଲୁଟ୍ କରିଥିବାରୁ ଉକ୍ତ ତଥ୍ୟ ମିଳୁନାହିଁ ବୋଲି ଅଭିଯାନର ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ ଅଭିଯୋଗ କରିଛନ୍ତି ଏବଂ ଆଗାମୀ ମାର୍ଚ୍ଚ ୭ ତାରିଖରେ ଗଣଧାରଣା ଦିଆଯାଇ ରାଜ୍ୟପାଳଙ୍କୁ ଏ ସମ୍ପର୍କରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ନଭେମ୍ବରରୁ ଫେବୃୟାରୀ ମାସ ମଧ୍ୟରେ ହକି ଖେଳ ଆୟୋଜନ ଦାୟିତ୍ୱରେ ଥିବା କ୍ରୀଡ଼ା ଏବଂ ଯୁବ ସେବା ବିଭାଗ ସମେତ ଅନ୍ୟାନ୍ୟ ବିଭାଗ ଏବଂ ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ହକି ଖେଳ ସମ୍ପର୍କିତ ତଥ୍ୟ ସୂଚନା ଅଧିକାର ଆଇନ୍ ବଳରେ ଆବେଦନ କରାଯାଇଥିଲା । ଆବେଦିତ ସୂଚନାଗୁଡ଼ିକରେ ହକି ଖେଳ ପାଇଁ ସରକାର କରିଥିବା ବଜେଟ୍ ବ୍ୟବସ୍ଥା, ହକି ଇଣ୍ଡିଆ ଏବଂ କେନ୍ଦ୍ର ସରକାରଙ୍କ ଅନୁଦାନ, କେଉଁ ବାବଦରେ କେତେ ଖର୍ଚ୍ଚ ହୋଇଛି, ଭୁବନେଶ୍ୱର ଏବଂ କଟକରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ହୋଇଥିବା ଅର୍ଥରାଶି, ହକି କପ୍ ଖେଳ ଦେଖିବା ପାଇଁ ଦର୍ଶକଙ୍କ ଠାରୁ ଆଦାୟ ହୋଇଥିବା ଫିସ୍, କେଉଁ କେଉଁ କମ୍ପାନୀ କେତେ ଅନୁଦାନ ଦେଇଛନ୍ତି, ଖେଳାଳୀଙ୍କ ରହଣି ପାଇଁ କେତେ ଖର୍ଚ୍ଚ ହୋଇଛି ଇତ୍ୟାଦି । କିନ୍ତୁ କୌଣସି ବିଭାଗର ସୂଚନା ଅଧିକାରୀ ତଥ୍ୟ ନଦେଇ ସମସ୍ତ ଆବେଦନ ଫର୍ମକୁ କ୍ରୀଡ଼ା ଓ ଯୁବ ସେବା ବିଭାଗକୁ ପଠାଇ ଦେଇଛନ୍ତି । ଉକ୍ତ ବିଭାଗର ଜନୂସଚନା ଅଧିକାରୀ ହିସାବ ସରିନାହିଁ, ତେଣୁ ତଥ୍ୟ ପ୍ରଦାନ କରାଯିବ ନାହିଁ ବୋଲି ଦର୍ଶାଇ ଦରଖାସ୍ତଗୁଡ଼ିକୁ ଖାରଜ କରି·ଲିଛନ୍ତି । ପ୍ରଦୀପ ପ୍ରଧାନ ମାଗିଥିବା ସୂଚନା ପ୍ରଦାନ କରିବାକୁ ଯାଇ ଜନ ସୂଚନା ଅଧିକାରୀ ମାତ୍ର ୮୫.୫୦ କୋଟି ଟଙ୍କାର ବଜେଟ୍ ଖେଳ ପାଇଁ ହୋଇଛି ଏବଂ କିଛି ସଂସ୍ଥାକୁ ସମୁଦାୟ ୫କୋଟି ଦିଆଯାଇଛି ବୋଲି ଏହାର ତଥ୍ୟ କେବଳ ପ୍ରଦାନ କରିଛନ୍ତ୍ି । ପ୍ରକାରନ୍ତର ରାଜ୍ୟ ସରକାର କୌଣସି ତଥ୍ୟ ପ୍ରଦାଦନ କରୁନାହାଁନ୍ତି । ଅନେକ କ୍ଷେତ୍ରରେ ପ୍ରଥମ ଅପିଲ୍ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ସତ୍ତେ୍ୱ ତଥ୍ୟ ପ୍ରଦାନ କରାଯାଉନାହିଁ । ତେଣୁ ଏହାର ପ୍ରତିବାଦରେ ଓଡ଼ିଶା ସୂଚନା ଅଧିକାର ଅଭିଯାନ ତରଫରୁ ରାଜ୍ୟପାଳଙ୍କୁ ଦପ୍ତର ସମ୍ମୁଖରେ ଧାରଣା ଦିଆଯାଇ ରାଜ୍ୟପାଳଙ୍କୁ ଅବଗତ କରାଯିବ ବୋଲି ନିଷ୍ପତ୍ତି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ