ବିଶ୍ୱ ହାତଧୂଆ ଦିବସ ଉପଲକ୍ଷେ ଟାଟାଷ୍ଟିଲ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ
ଯୋଡା,(ଯୁଗାବ୍ଦ ନ୍ୟୁଜ୍) : କେନ୍ଦୁଝର ଜିଲା ଯୋଡା ପୈାରାଞ୍ଚ ଳ କାର୍ଯ୍ୟାଳୟ ୫ ନମ୍ବର ୱାର୍ଡ଼ ଅନ୍ତର୍ଗତ ବନେଇକଳାଠାରେ ଥିବା ଶିବ ଶଙ୍କର ହିନ୍ଦୀ ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ହାତଧୂଆ ଦିବସ ଉପଲକ୍ଷେ ଟାଟାଷ୍ଟିଲ ପକ୍ଷରୁ ପିଲାମାନଙ୍କୁ ନେଇ ‘ହାତ ଧୋଇବାର ଗୁରୁତ୍ୱ’ ଉରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଆୟୋଜିତ ଉକ୍ତ ସଚେତନତା ର୍କ୍ୟାକ୍ରମରେ ୮ମ ରୁ ୧୦ମ ଶ୍ରେଣୀର ପ୍ରାୟ ୧୦୦ଜଣ ଛାତ୍ରୀଛାତ୍ର ଅଂଶଗ୍ରହଣ କରିଥିଲେ । ଏଥିରେ ଟିଏସ୍ଆରଡିଏସ୍ର ଅଧିକାରୀମାନେ ଛାତ୍ରଛାତ୍ରୀମାନଙ୍କୁ ହାତ ଧୋଇବା ଓ ସୁସ୍ଥ ଜୀବନ ପାଇଁ ପରିଷ୍କାର ଓ ପରିଚ୍ଛନ୍ନତାର ଗୁରୁତ୍ୱ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ଅଧିକାରୀମାନେ ହାତ ଧୋଇବାର ସଠିକ୍ ପ୍ରକ୍ରିୟା ଛାତ୍ରୀଛାତ୍ରଙ୍କ ସମ୍ମୁଖରେ ପ୍ରଦର୍ଶିତ କରିଥିଲେ । ବିଶ୍ୱ ହାତଧୂଆ ଦିବସ ଉପଲକ୍ଷେ ଏହି ଦିନକୁ ସହଜ ଓ ପ୍ରଭାବୀ ଢଙ୍ଗରେ ରୋଗର ନିବାରଣ ଓ ଜୀବନ ରକ୍ଷା ପାଇଁ ସାବୁନରେ ହାତ ଧୋଇବାର ଗୁରୁତ୍ୱ ସମ୍ପର୍କରେ ବୁଝାଇବା ଓ ସଚେତନ କରିବା ପାଇଁ ସର୍ମିତ କର।।ଇଛି । ଗୁରୁତତ୍ୱୂର୍ଣ୍ଣ ସମୟରେ ଖାଦ୍ୟ ଖାଇବା ଓ ପ୍ରସ୍ତୁତି ପୂର୍ବରୁ ଏବଂ ଶୌଚାଳୟ ପରେ ସାବୁନରେ ହାତ ଧୋଇବା ଦ୍ୱାରା ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନାକୁ ୪୦ ପ୍ରତିଶତ କମ କରାଯାଇାରିବ ବୋଲି ଛାତ୍ରୀଛାତ୍ରମାନଙ୍କୁ ସଚେତନ କରାଯାଇଥିଲା ।