ବିଶ୍ୱ ହିନ୍ଦି ସାହିତ୍ୟ ଏକାଡେମୀ ଦ୍ୱାରା ଡଃ. କଳ୍ପନା ମଲ୍ଲିକ ସମ୍ବର୍ଦ୍ଧିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କବୟିତ୍ରୀ ଡଃ. କଳ୍ପନା ମଲ୍ଲିକ ବିଶ୍ୱ ହିନ୍ଦି ସାହିତ୍ୟ ଏକାଡେମୀ ଦ୍ୱାରା ସମ୍ବର୍ଦ୍ଧିତ ହୋଇ କେନ୍ଦ୍ରାପଡା ଜିଲ୍ଲା ତଥା ଓଡିଶା ପାଇଁ ଗୈାରବ ଆଣିଦେଇଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ଡଃ. ମଲ୍ଲିକଙ୍କ ଦ୍ୱାରା ରଚିତ ୩ଟି ଇଂରାଜୀ ଓ ୨ଟି ଓଡିଆ ପୁସ୍ତକ ପୂର୍ବରୁ ଉନ୍ମୋଚିତ ହୋଇ ବହୁ ପ୍ରଶଂସିତ ହୋଇସାରିଛି । କବୟିତ୍ରୀ ଡଃ. ମଲ୍ଲିକ ମୁମ୍ବାଇ ବିଶ୍ୱ ହିନ୍ଦି ସାହିତ୍ୟ ଏକାଡେମୀ ଏବଂ ମଲ୍ୱାବାର ରଙ୍ଗମଞ୍ଚ ଦ୍ୱାରା ଆୟୋଜିତ ତ୍ରିଦିବସୀୟ ଆନ୍ତରାଷ୍ଟ୍ରୀୟସାହିତ୍ୟ ସମ୍ମିଳନୀରେ ଯୋଗଦେଇ ରାଷ୍ଟ୍ରଭାଷା ହିନ୍ଦିରେ ନିଜର ବକ୍ତବ୍ୟ ରଖିବା ସହ କବିତା ପାଠ କରି ପ୍ରଶଂସିତ ଓ ସମ୍ବର୍ଦ୍ଧିତ ହୋଇ କେନ୍ଦ୍ରାପଡା ଓ ଓଡିଶାକୁ ଗୈାରବାନ୍ୱିତ କରିଛନ୍ତି । ସେହି ସଭାରେ ଉପସ୍ଥିତ ବହୁ ଖ୍ୟାତି ସମ୍ପନ୍ନ କବି, ନାଟ୍ୟକାର, ଲେଖକ, କଳାକାର ଓ ପତ୍ରକାରମାନଙ୍କ ଉପସ୍ଥିତିରେ ଡଃ. ମଲ୍ଲିକଙ୍କୁ ମାନପତ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ବିଶ୍ୱ ହିନ୍ଦି ସାହିତ୍ୟ ଏକାଡେମୀର ସଂଚାଳକ କେଶବ ରାୟଙ୍କ ଉପସ୍ଥିତିରେ ମହାଭାରତ(ହିନ୍ଦି) ସିରିଏଲରେ ଚମତ୍କାର ଭଏସ ଦେଇଥିବା ବିଶିଷ୍ଟ ସ୍ୱର କଳାକାର(ଭଏସ ଆର୍ଟିଷ୍ଟ)ହରିଶ ଭିମାନୀ ଡଃ. ମଲ୍ଲିକଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏସମ୍ପର୍କରେ ଜଣାପଡିବା ପରେ ବିଭିନ୍ନ ମହଲରୁ ଡଃ. ମଲ୍ଲିକଙ୍କୁ ପ୍ରଶଂସାର ସୁଅ ଛୁଟିଥିବା ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ