ବିଶ୍ୱ ହିନ୍ଦୁ ସୁରକ୍ଷା ସମିତି ତରଫରୁ ବିକ୍ଷୋଭ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ):ବିଶ୍ୱ ହିନ୍ଦୁ ସୁରକ୍ଷା ସମିତି ଗଜପତି ଜିଲ୍ଲା ଶାଖା ସଭାପତି କୈଳାଶ ପଟନାୟକଙ୍କ ନେତୃତ୍ୱରେ କାଶୀନଗର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସମ୍ବଲପୁର ସହରରେ ହନୁମାନ ଜୟନ୍ତୀ ପାଳନ ଅବସରରେ ସାମ୍ପ୍ରଦାୟିକ ହିଂସାକୁ ବିରୋଧ କରି ଗଣ ବିକ୍ଷୋଭ ଦେଇ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ସ୍ମାରକ ପାତ୍ର ସ୍ଥାନୀୟ ଉନ୍ନୟନ ଅଧିକାରୀଙ୍କୁ ପ୍ରଦାନ କରିଥିଲେ. ଏହି ଘଟଣାର ନିରପେକ୍ଷ ତଦନ୍ତ କରି ହିଂସାରେ ସାମିଲ ହୋଇଥିବା ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ନିମନ୍ତେ ସରକାରଙ୍କ ଠାରେ ଦାବି ଉପସ୍ଥାପନା କରିଛନ୍ତି. ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ବିଶ୍ଵହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ସଦସ୍ୟ, ସ୍ଥାନୀୟ ବିଜେପି ରାଜନୈତିକ ନେତା, ସଚେତନ ନାଗରିକ ଓ ବୁଦ୍ଧିଜୀବୀମାନେ ଯୋଗ ଦେଇଥିଲେ.