ବିଷଧର ସାପ କାମୁଡ଼ାରେ ଶିଶୁ କନ୍ୟା ଗୁରୁତର

ହିଂଜିଳିକାଟୁ, (ଶେଷଦେବ ସାହୁ): ହିଂଜିଳି ଥାନା ଠୁରୁବୁରାଇ ଗ୍ରାମରେ ବିଷଧର ସାପ କାମୁଡ଼ାରେ ଜୈନିକା ୮ ମାସର ଶିଶୁ କନ୍ୟା ଗୁରୁତର ହୋଇପଡ଼ିଛି । ଗୁରୁତର ଜଣକ ଠୁରୁବୁରାଇ ଗ୍ରାମର ଜୟରାମ ସାହୁଙ୍କ କନ୍ୟା ଶାଶ୍ୱତୀ ସାହୁ । ଶିଶୁ କନ୍ୟାଟି ଘର ମଧ୍ୟରେ ଶୋଇଥିବା ବେଳେ ଘରର ଭାଡ଼ି ଉପରୁ ଏକ ବିଷଧର ସାପ ଶିଶୁ କନ୍ୟା ଉପରେ ପଡ଼ି କାମୁଡ଼ି ଦେଇଥିଲା ।ପରିବାର ସଦସ୍ୟ ଶିଶୁକନ୍ୟାର ଚିକ୍ରାର ଶୁଣି ଏବଂ ବିଷଧର ସାପକୁ ଦେଖି ପାରି ଶିଶୁକନ୍ୟାକୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ହିଂଜିଳିକାଟୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ