ବିଷପାନ କରି ଜଣେ ଆତ୍ମହତ୍ୟା କଲେ

ପାରଳାଖେମୁଣ୍ଡି, (ଜୁଗାବ୍ଦ ନ୍ୟୁଜ୍‍): ବିଷପାନ କରି ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣେ ବ୍ୟକ୍ତି ଗୁରୁତର ଅବସ୍ଥାରେ ପାରଳାଖେମୁଣ୍ଡି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ତାଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ,ଗଜପତିର ପଡୋଶୀ ରାୟଗଡ ଜିଲ୍ଲାର ଗୁଣପୁର ନିକଟସ୍ଥ ଗୁଲୁଗୁଡା ଗ୍ରାମର ରବିନ୍ଦ୍ର ଦଳପତି (୪୫) କୌଣସି କାରଣରୁ ବିଷପାନ କରି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏଥିରେ ଗୁରୁତର ହେବାପରେ ପରିବାର ଲୋକେ ଗୁଣପୁର ପୋଲିସ ସାହାଜ୍ୟରେ ପାରଲାଖେମୁଣ୍ଡି ଡାକ୍ତରଖାନାରେ ଗତକାଲି ରାତିରେ ଭର୍ତ୍ତି କରିଥିଲେ । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ପାରଳା ଡାକ୍ତରଖାନା ସୂତ୍ରରୁ ଜଣାଯାଇଛି । ଏ ନେଇ ପାରଳାଖେମୁଣ୍ଡି ଥାନାରେ କେସ ନଂ ୪/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ଏଏସଆଇ ପିତବାସ ଶତପଥୀ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ