ବିଷପାନ କରି ଜୀବନ ହାରିଲେ ଘରର ମୁରବି

ବୁଗୁଡା, (ଅନିଲ କୁମାର ମହାରଣା): ବୁଗୁଡା ଥାନା,ଶଙ୍କୁରୁ ଗ୍ରାମ ପଞ୍ଚାୟତର ଘୋଳପୁର ଗ୍ରାମର ଧବଳେଶ୍ବର ଖଡଙ୍ଗା (୪୬) ବିଷପାନ କରି ଗତକାଲି ମୃତ୍ୟୁ ବରଣ କରିଥିବା ଜଣା ପଡ଼ିଛି। କୌଣସି କାରଣ ଯୋଗୁଁ ଧବଳେଶ୍ବର ମଇ ୧୨ ତାରିଖ ମଙ୍ଗଳବାର ଦିନ ସକାଳେ ବିଷପାନ କରିଥିବା ପରିବାର ସଦସ୍ୟ ଜାଣିବା ପରେ ମାଣିତରା ପ୍ରାଥମିକ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରକୁ ଆଣିଥିଲେ, ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ବୁଗୁଡା ମେଡିକାଲକୁ ରିଫେର କରିଥିଲେ ମଧ୍ୟ ପରିବାର ସଦସ୍ୟ ରୋଗୀଙ୍କୁ ଆସିକା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ଆସିକାରେ ଡାକ୍ତର ଧବଳେଶ୍ବରଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଆସିକା ମେଡିକାଲ ଅଫିସର ବୁଗୁଡା ଥାନାକୁ ଖବର ଦେବାପରେ ବୁଗୁଡା ପୋଲିସ ଆସିକାରେ ପହଞ୍ଚି ମର ଶରୀରକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ବୁଗୁଡା ଥାନା ୟୁ.ଡ଼ି. କେସ ନଂ ୪/୨୦୨୦ ପ୍ରକାରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଅନୁସନ୍ଧାନ ଜାରି ରହିଥିବା ବୁଗୁଡା ଆଇଆଇସି ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ