ବିଷପାନ କରି ମା ମୃତ , ୨ ଶିଶୁ ଗୁରୁତର
ମାଲକାନଗିରି , (ଯୁଗାବ୍ଦ ନ୍ୟୁଜ୍) : ମାଲକାନଗିରି ଜିଲ୍ଲା ଗୈାଡ ଗୋଠା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ବିଧବା ମହିଳା ତାଙ୍କ ଦୁଇ ଶିଶୁ ଙ୍କୁ ବିଷ ଦେଇ ନିଜର ପୁଅ ଓ ଝିଅଙ୍କୁ ବିଷ ଦେବା ଘଟଣା ଅଂଚଳରେ ଆଲୋଡନ ସୃଷ୍ଟି କରିଛି । ମିଳିଥିବା ସୂଚନା ଅନୁଯାୟୀ ଶନିବାର ସଂନ୍ଧ୍ୟାରେ ବିଧବା ମା କୈାଣସି କାରଣରୁ ମା ଦୁଇ ପୁଅଙ୍କୁୂ ବିଷ ଦେଇ ନିଜେ ବିଷ ପାନ କରିଥିଲେ । ଏହା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ମାଲକାନଗିରି ମୁଖ୍ୟ ଚିକିସ୍ରାଳୟରେ ଭର୍ତ୍ତିକରାଯାଇଥିଲା । ହସପିଟାଲରେ ମା ସୀତା ମାଡକାମୀଙ୍କର ମୃତ୍ୟୁ ହୋଇଥିବାବେଳେ ପୁଅ ଓ ଝିଅ ଗୁରୁତର ଆହାତ ହୋଇଛନ୍ତି । ଆହାତ ମାନଙ୍କ ଅବସ୍ଥା ସଂଙ୍କଟାପନ୍ନ ରହଥିବା ଜଣାପଡିଛି । କେଉଁ କାରଣରୁ ଏଭଳି ଘଟଣା ଘଟିଥିବା କଥା ଜଣାପଡିନଥିବା ବେଳେ ଘରର ଅଭାବ ଅନଟନ ମୁଖ୍ୟ କାରଣ ବୋଲି ଅନୁମାନ କରାଯାଉଛି ।