ବିଷପିଇ ବୃଦ୍ଧଙ୍କ ଆତ୍ମହତ୍ୟା

ରାୟଗଡା: ରାୟଗଡା ଜିଲ୍ଲା କାଶିପୁର ବ୍ଲକ ଅନ୍ତର୍ଗତ ଗୋଡାବାଲି ପଂଚାୟତରେ ବୁଧବାର ବିଳମ୍ବିତ ରାତିରେ ବିଷପାନ କରି ଆତ୍ମହତ୍ୟା କରିଥିବା ଜଣାପଡିଛି । ମୃତକ ଜଣକ ନାମ ବାରି ମାଝି (୭୫) ବୋଲି ଜଣାପଡିଛି ।ତାଙ୍କ ପୁଅଙ୍କ ସୂଚନା ଅନୁଯାୟୀ ପ୍ରତିଦିନ ଭଳି ପରିବାରର ସମସ୍ତେ ବିଲକୁ ଯାଇଥିବା ବେଳେ ସଂନ୍ଧ୍ୟାରେ ବିଷପାନ କରିଥିଲେ । ସେ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ପଡୋଶୀ ଖବର ଦେଇଥିଲେ । ଖବର ପାଇ ପରିବାର ଲୋକ ତୁରନ୍ତ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିବା ବେଳେ ପରିବାର ଲୋକଙ୍କୁ ସେ ବିଷପାନ କରିଥିବା କହିଥିଲେ । ତେବେ ସେ କୈାଣସି କାରଣରୁ ବିଷପାନ କଲେ ତାହା ସ୍ପଷ୍ଟ ହୋଇପାରିନଥିବା ବେଳେ ପୋଲିସ ମୃତ ଦେହ ଜବତ କରିବା ସହ ଶବବ୍ୟେବଚ୍ଛେଦ ନିମନ୍ତେ ମେଡିକାଲକୁ ପଠାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ