ବିଷାକ୍ତ ଖାଦ୍ୟ ଖାଇ ଚାରି ଗାଈ ଗୋରୁ ମହିଶି ମୃତ ତିନି ଚାରି ଗୁରୁତର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ରାୟଗଡ ବ୍ଲକ ସଦରସ୍ତ ହାଟପଦା ନିକଟରେ ଥିବା ବଡ଼ ବନ୍ଧ ନିକଟରେ ସୋମବାର ଦେଖିବାକୁ ମିଳିଛି ଏକ ଅମାନବୀୟ ଦୃଶ୍ୟ। ବିଷାକ୍ତ ଖାଦ୍ୟ ଖାଇ ଦୁଇ ବଳଦ ଗୋଟିଏ ଗାଈ ଓ ଗୋଟିଏ ର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଘଟଣାରୁ ପ୍ରକାଶ ଯେ ସୋମବର ସ୍ଥାନୀୟ ଗୌଡ଼ ସାହିର ଶିବ ପ୍ରସାଦ ଗୌଡ଼ ନିଜ ମହିସୀ କୁ ଖୋଜିବାକୁ ଯାଇଥିବା ବେଳେ ହାଟପଦା ନିକଟସ୍ତ ବଡ଼ ବନ୍ଧ ନିକଟରେ ମହିଶିଟିକୁ ପଡିରହିଥିବା ଦେଖି ତୁରନ୍ତ ରାୟଗଡ଼ ପଶୁ ଚିକିତ୍ସା କେନ୍ଦ୍ରକୁ ଜଣାଇ ଥିଲେ। ପଶୁ ଚିକିତ୍ସା କେନ୍ଦ୍ରର ଡକ୍ଟର ଲିମା ମହାନ୍ତି ଓ ତାଙ୍କ ଚିକିତ୍ସା ଦଳ ଘଟଣା ସ୍ଥଳରେ ପହଞ୍ଚିବା ସହ ଓ ଗୁରୁତର ମହିଶୀର ଚିକିତ୍ସା ଆରମ୍ଭ କରିଥିଲେ।ଚିକିତ୍ସାଧୀନ ଅବସ୍ଥାରେ ମହିଶୀଟିର ମୃତ୍ୟୁ ହୋଇଯାଇଥିଲା। ମୃତ୍ୟୁ ଖବର ପ୍ରସାରିତ ହେବା ପରେ ଗାଇ ଗୋରୁ ପାଳନ କରୁଥିବା ଲୋକମାନେ ନିଜ ନିଜର ଗାଇ ଗୋରୁ ଆଦିଙ୍କୁ ଖୋଜିବା ଆରମ୍ଭ କରିଥିଲେ। ଏହି ସମୟରେ ସେହି ବନ୍ଧ ହିଡରେ ଆଉ ଗୋଟିଏ ଗାଈ ଓ ଗୋଟିଏ ବଳଦର ଶବ ମିଳିଥିଲା ଓ ପୁଣି ଦୁଇ ଗାଈ ଓ ଗୋଟିଏ ବାଛୁରୀ ଗୁରୁତର ଅବସ୍ଥାରେ ପଡ଼ିରହିଥିବା ବେଳେ ଅଗ୍ନିଶ୍ରମ ବିଭାଗ କର୍ମଚାରୀ ମାନେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିବା ପରେ ଚିକିତ୍ସା ଆରମ୍ଭ କରାଯାଇ ଥିଲା ଓ ବହୁ ସମୟ ଚିକିତ୍ସା ପରେ ଦୁଇ ଗାଈ ଓ ବାଚୁରୀଙ୍କୁ ବିପଦ ମୁକ୍ତ କରଯାଇଥିଲା।ପଶୁ ମାନଙ୍କ ଚିକିତ୍ସା ସମୟରେ ଗ୍ରାମର ବଜରଙ୍ଗ ଦଳର ବହୁ ଯୁବକ ମାନେ ସହଯୋଗ କରିଥିଲେ।ଘଟଣା ସ୍ଥଳରେ ମୃତ ପଶମାନଙ୍କର ବ୍ୟବଚ୍ଛେଦ କରାଯାଇ ଥିଲା। ଏନେଇ ପଶୁ ପାଳକ ମାନେ ରାୟଗଡ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଥାନା ଅଧିକାରୀ ଆନନ୍ଦଚନ୍ଦ୍ର ପାତ୍ର ୧୬/୨୩ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି