ବିଷାକ୍ତ ଖାଦ୍ୟ ଖାଇ ଜଣେ ଛାତ୍ରୀ ମୃତ ପାଞ୍ଚ ଅସୁସ୍ଥ।
ଗଜପତି: ବିଷାକ୍ତ ଖାଦ୍ୟ ଖାଇ ଜଣେ ଛାତ୍ରୀ ମୃତ ପାଞ୍ଚ ଅସୁସ୍ଥ। ଗୋଷାଣୀ ବ୍ଲକର ଲାବଣ୍ୟଗଡ ମାରଙ୍ଗି ପ୍ରାଥମିକ ବିଦ୍ୟାଳୟରେ ଘଟିଛି ଏହି ଅଭାବନୀୟ ଘଟଣା। ମୃତ ଛାତ୍ରୀ ଜଣକ ଉଦୟଗିରି ଥାନା ଏନ ରୋଗେଇସିଂ ଗ୍ରାମର ମିଶାଲ ରଇତଙ୍କ ଝିଅ ଟୁନି ରଇତ ବୋଲି ଜଣାପଡିଛି। ଗତ ରାତିରେ ଛାତ୍ରୀବାସରେ ରାତ୍ରି ଭୋଜନ ପରେ ବିଷ ପ୍ରକ୍ରିୟା ଘଟି ଛଅ ଜଣ ଅସୁସ୍ଥ ହୋଇପଡିଥିଲେ। ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅସୁସ୍ଥ ଛାତ୍ରୀଙ୍କୁ ଆଶା କର୍ମୀ ସୁଶୀଳା ଶବର ଜାଣିପାରି ଅସୁସ୍ଥ ଛାତ୍ରୀଙ୍କୁ ପାରଳାଖେମୁଣ୍ଡି ମୂଖ୍ୟ ଚିକିତ୍ସାଳୟକୁ ବହୁ ବିଳମ୍ବ ହୋଇଥିଲେ ସୁଦ୍ଧା ଆଣିଥିଲେ। ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଛି। ରାତିରେ ଅସୁସ୍ଥ ହୋଇଥିଵା ଏପରିକି ଜଣଙ୍କ ମୃତ୍ୟୁ ହୋଇଥିଲେ ସୁଦ୍ଧା ଦାୟିତ୍ଵରେ ଥିବା ଶିକ୍ଷକ ବା ସ୍କୁଲ କର୍ମଚାରୀ ଜାଣି ନ ଥିବା ପରିତାପର ବିଷୟ ବୋଲି ଅଭିଯୋଗ ହୋଇଛି। ବର୍ତମାନ ସୁଦ୍ଧା ଅଭିଭାବକଙ୍କୁ ଖବର ଦିଆଯାଇ ନଥିବା ମଧ୍ୟ ଅଭିଯୋଗ ହୋଇଛି।


