ବିଷାକ୍ତ ଜୀବନାଶକ ତାଲିମ ଶିବିର

ହିଂଜିଳିକାଟୁ,(ଶେଷଦେବ ସାହୁ): ହିଂଜିଳିକାଟୁ ବ୍ଳକ ଚାନ୍ଦୁଲି ଗ୍ରାମ ପଂଚାୟତ ଖଣ୍ଡରା ଗ୍ରାମରେ ରବିବାର ସ୍ଥାନୀୟ ଏଫଆଇଏସି କାର୍ଯ୍ୟାଳୟ ପକ୍ଷରୁ ଗଣ୍ଡଳା ସହକାରୀ କୃଷି ଅଧିକାରୀ ଅମର ପ୍ରସାଦ ସାହୁଙ୍କ ଅଧ୍ୟକ୍ଷତାରେ ବିଷାକ୍ତ ଜୀବନାଶକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ତହସିଲଦାର ଗୋପିନାଥ କୁଅଁର ଯୋଗଦେଇ ଜୀବନାଶକର ସଠିକ୍ ଓ ନିରାପଦ ବ୍ୟବହାର ନେଇ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ସରଂପଚ ଲକ୍ଷ୍ମଣ ଗୌଡ଼, କୃଷି କର୍ମଚାରୀ ମମତା ସାହୁ, ପଂଚୁ ସାହୁ ପ୍ରମୁଖ ମଂଚାସିନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁଧିର ସ୍ୱାଇଁ, ଅଶୋକ କୁମାର ପଣ୍ଡା, ଶଙ୍କର ଗୌଡ଼, ବିଜୟ ଗୌଡ଼ଙ୍କ ସମେତ ସ୍ଥାନୀୟ ଗ୍ରାମ ପଂଚାୟତର ବହୁ ଚାଷୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ