ବିଷାକ୍ତ ପ୍ରାଣୀ କାମୁଡାରେ ବାପ ଓ ଝିଅଙ୍କ ମୁତ୍ଯୁ
ବୁଗୁଡା, (ଅନିଲ କୁମାର ମହାରଣା):ବିଷାକ୍ତ ପ୍ରାଣୀ କାମୁଡାରେ ଗଞ୍ଜାମ ଜିଲ୍ଲାର ବୁଗୁଡା ଏନଏସି ର ୧ ନମ୍ବର ୱାର୍ଡ଼ କାଞ୍ଜିଆପଲ୍ଲୀ ଗ୍ରାମରେ ବାପା ଓ ଝିଅ ଉଭୟଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ପରିବାର ଲୋକ ଓ ଗ୍ରାମବାସୀ ଙ୍କ କହିବା ଅନୁଯାଇ ଅଗଷ୍ଟ ୨୪ ତାରିଖ ରାତ୍ର ସମୟରେ ବିଦ୍ଯୁତ ନଥିବା ବେଳେ ନିଜ ଘର ଭିତରେ ଅନ୍ଧକାରରେ ଶୋଇଥିଲେ ଶିବରାମ ନାୟକ ଓ ତାଙ୍କ ୬ ବର୍ଷର ନାବାଳିକା ଝିଅ। ଶୋଇଥିବା ସମୟରେ କୌଣସି ବିଷାକ୍ତ ପ୍ରାଣୀ ବାପ ଓ ଝିଅ ଦୁଇଜଣଙ୍କୁ କାମୁଡି ଦେଇଥିଲା। ଫଳରେ ବାପା ଓ ଝିଅ ଅସୁସ୍ଥ ହୋଇପଡିଥିଲେ। ସେମାନଙ୍କୁ ଗତ ରାତ୍ର ସମୟରେ ବୁଗୁଡା ମେଡିକାଲକୁ ଚିକିତ୍ସା ନିମନ୍ତେ ପରିବାର ଓ ଗ୍ରାମବାସୀ ଆଣିଥିଲେ। ଡାକ୍ତରଙ୍କ ନାବାଳିକା ଝିଅକୁ ମୁତ୍ଯୁ ଘୋଷଣା କରିଥିବା ବେଳେ ବାପା ଚିକିତ୍ସାଧୀନ ଥିଲେ। ଝିଅର ଶବ ସଂସ୍କାର କରି ପରିବାର ଲୋକେ ଫେରି ଥିବା ବେଳେ ବାପା ଶିବରାମ ନାୟକ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ମୁଖରେ ପଡ଼ିଥିଲେ।