ବିଷାକ୍ତ ମାଛ, ଛୁଇଁଲେ ଚାଲିଯିବ ଜୀବନ
ଏ ବିଶ୍ୱରେ ସତରେ ବିଚିିତ୍ର । ଏଠି ଅମୃତ ଅଛି ଏବଂ ବିଷ ମଧ୍ୟ । ବିଶ୍ୱରେ ଏମିତି ଜୀବ ଅଛନ୍ତି, ଯାହା ମଣିଷ ପାଇଁ ଉପକାରୀ । ଆଉ କେତେକ କ୍ଷଣକରେ ମଣିଷର ନେଇଯାଆନ୍ତି । ଏମିତି ମଧ୍ୟ ଏକ ଜୀବ ଅଛି, ଯାହାକୁ ଛୁଇଁବା ମାତ୍ରେ ମଣିଷର ପ୍ରାଣ ଚାଲିଯିବ । ଏଭଳି ଜୀବନ ନାଶକାରୀ ଜୀବନର ନାଁ ହେଉଛି “ଷ୍ଟୋନ୍ଫିଶ୍’ । ପଥର ପରି ଦେଖିବାକୁ ଏହି ମାଛକୁ ଛୁଇଁଲେ ମୃତ୍ୟୁ ସୁନିଶ୍ଚିତ । ଏଥିପାଇଁ ସମୁଦ୍ର କୂଳରେ ଚେତାବନୀ ଲେଖାଯାଇଛି, ଯଦି ଏପରି ଜୀବକୁ ଦେଖୁଛନ୍ତି ତେବେ ସଙ୍ଗେ ସଙ୍ଗେ ସ୍ଥାନ ଛାଡ଼ି ଚାଲିଯାଆନ୍ତୁ । ଏହି ବିଷାକ୍ତ ଜୀବ ମକର ରେଖାର ଆଖପାଖରେ ଦେଖିବାକୁ ମିଳେ । ଏହି ମାଛ ଅବିକଳ ଦେଖିବାକୁ ପଥର ପରି । ତେଣୁ ଲୋକେ ସହଜରେ ଜାଣିପାରନ୍ତି ନାହିଁ ଏହା ମାଛ ନା ପଥର । ଏହି ମାଛ ଉପରେ ପଥର ଭାବି ଯଦି ଗୋଡ଼ ରଖିଦେଲେ ତେବେ କଥା ସରିଲା । ଏହା ପାଟିରୁ ନିରୋଟକ୍ସିନ୍ ନାମକ ବିଷାକ୍ତ ପଦାର୍ଥ ବାହାରିଥାଏ । ଯାହା ଜୀବନ ନେଇ ଯାଇଥାଏ । ଏହି ମାଛ ଅନ୍ୟ ମାଛଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଏହାକୁ ଛୁଇଁଦେଲେ ମାତ୍ର ୫ ସେକେଣ୍ଡ୍ର ଜୀବନ ଚାଲିଯିବ । ଏହି ମାଛର ଗୋଟିଏ ବୁନ୍ଦା ବିଷ ଯଦି ପାଣିରେ ମିଶାଯାଏ ତେବେ ସାରା ସହରବାସୀଙ୍କ ଜୀବନ କ୍ଷଣକରେ ନେଇଯିବ ।


