ବିଷାକ୍ତ ସାପ କାମୁଡ଼ାରେ 6ବର୍ଷର ଝିଅର ମୃତ୍ୟୁ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା):ଜିଲ୍ଲାର ଭଞ୍ଜନଗର ଥାନା ଅନ୍ତର୍ଗତ ବେଣାକୁନ୍ଦା ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି | ନାରାୟଣ ପରିଚ୍ଛାଙ୍କର 6 ବର୍ଷର ଝିଅ ସ୍ନେହା ପରିଚ୍ଛାଙ୍କୁ ବିଷାକ୍ତ ସାପ କାମୁଡ଼ିବାରୁ ମୃତ୍ୟୁ ଘଟିଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି | ଆଜି ଦିନ ଦ୍ବିପହର ସମୟରେ ସ୍ନେହା ଘରେ ଶୋଇଥିବାବେଳେ କୌଣସି ଏକ ବିଷାକ୍ତ ସାପ ସ୍ନେହାଙ୍କର ହାତକୁ କାମୁଡି ଦେବା ପରେ ସେ ଚିତ୍କାର କରିଥିଲେ| ଘରଲୋକେ ହାତରେ ବିଷାକ୍ତ ସାପ କାମୁଡିଥିବା ସନ୍ଦେହ କରି ସ୍ନେହାଙ୍କୁ ସଙ୍ଗେ ସଙ୍ଗେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ| ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର ଘୋଷଣା କରିଥିଲେ | ଏହି ଖବର ଶୁଣିବା ପରେ ଭଞ୍ଜନଗର ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି |