ବିଷାକ୍ତ ସାପ କାମୁଡାରେ ମା ,ପୁଅ ମୃତ
କୋଦଳା ,(ଯୁଗାବ୍ଦ ନ୍ୟୁଜ୍) : ବିଷାକ୍ତ ସାପ କାମୁଡାରେ ଗୋଟିଏ ପରିବାରର ମା ସମେତ ପୁଅର ମୃତୁୃ୍ୟ ହୋଇଛି ।ଏହି ଖବର ପ୍ରଚାର ପରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ମିଳିଥିବା ଖବର ଅନୁଯାୟୀ କୋଦଳା ଏନଏସି ଅନ୍ତର୍ଗତ ବି. ନୂଆପଲି ଗ୍ରାମରେ ବିଳମ୍ବିତ ରାତିରେ ଶୋଇଥିବା ବେଳେ ମନାସ ପରିଡା (୩୦) ତାଙ୍କ ପୁଅ ଆଶିଷ ପରିଡାଙ୍କୁ ବିଷାକ୍ତ ସାପ କାମୁଡାରେ ଗୁରୁତର ହୋଇଥିଲେ ।ଗୁରୁତର ଅବସ୍ଥାରେ ତାଙ୍କୁ କୋଦଳା ଗୋଷ୍ଠି ସ୍ୱାସ୍ଥ କେନ୍ଦ୍ରରେ ଭତ୍ତିଅର୍ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଡାକ୍ତର ସେଠାରେ ମା ଓ ପୁଅର ମୃତ୍ୟୁ ଘୋଷଣା କରିଥିଲେ ।ବେଗୁନିଆପଡା ,କୋଦଳା ଆଦି ଅଂଚଳରେ ବାରମ୍ବାର ସାପ କାମୁଡାରେ ଲୋକମାନେ ବିପଦରେ ପଡୁଥିବା ବେଳେ କୋଦଳା ଗୋଷ୍ଠି କେନ୍ଦ୍ରରେ ସାପ କାମୁଡା ଆବଶ୍ୟକିୟ ଇଞ୍ଜେକସନ ନଥିବାରୁ ଲୋକମାନଙ୍କ ମଧ୍ୟରେ ଦାବି ହୋଇଛି । ଏହି ଭଳି ଦୁଃଖଦ ଘଟଣା ପରେ ଗ୍ରାମରେ ଶୋକାକୁଳ ପରିବେଶ ଦେଖାଦେଇଛି ।