ବିଷାକ୍ତ ସାପ କାମୁଡାରେ ଯୁବକ ମୃତ
ଗାଙ୍ଗପୁର ,(ଯୁଗାବ୍ଦ ନୁ୍ୟଜ୍) : ଗାଙ୍ଗପୁର ଥାନା ଅନ୍ତର୍ଗତ ଡି. ସିଙ୍ଗିପୁର ପଞ୍ଚାୟତର କଇ୍ଠରା ଗ୍ରାମରେ ଜଣେ ଯୁବକଙ୍କୁ ସାପ କାମୁଡାରେ ମୃତୁ୍ୟ ହୋଇଥିବା ଜଣାପଡିଛି । ମୃତକ ଜଣକ ପରିଚୟ କଇଠରା ଗ୍ରାମର ବିଧାନ ମଲ୍ଲିକ (୩୬) ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତିରେ ମଲ୍ଲିକ ଖାଇସାରିବା ପରେ ଶୋଇପଡିଥିଲେ ଏହା ପରେ ସେ ପରିଶ୍ରା କରିବା ପାଇଁ ସେ ରାତି ଅଧରେ ବାଡି ପଟକୁ ଯାଉଥିବା ବେଳେ ବିଷାକ୍ତ ସାପ ଉପରେ ଗୋଡ ପଡିବାରୁ ବିଧାନଙ୍କ ବାମ ଗୋଡକୁ ସାପଟି କାମୁଡି ଦେଇଥିଲା । ଗୁରୁତର ଅବସ୍ଥାରେ ଯୁବକ ଜଣକୁ ପରିବାର ଲୋକେ ଆସ୍କା ମେଡିକାଲକୁ ଆଣି୍ଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିôଲେ ।