ବିଷାକ୍ତ ସାପ ସହିତ ଖେଳ ପଡିଲା ମହଙ୍ଗା
ଉଦଳା,(ରାଜୀବ ବେହେରା): ନିଶାଶକ୍ତ ଯୁବକର ଉନ୍ମୁକ୍ତ କାଣ୍ଡ, ନିଶାରେ ଚୁର ହୋଇ ଏମିତି କିଛି କରି ଥିବାବେଳେ ସାପଟି କାମୁଡି ଦେଇ ଥିଲା l ଘର ଅଗଣାରେ ଖେଳୁଥିବା ଦୁଇଟି ବିଷଧର ସାପକୁ ନିଶାସକ୍ତ ଅବସ୍ଥାରେ ଧରିବାକୁ ଯାଇ ଥିବା ବେଳେ ଗୋଟେ ସାପ ପଳାଇ ଯାଇଥିବା ବେଳେ ଅନ୍ୟ ଏକ ସାପକୁ ହାତରେ ଧରି ବାକୁ ଚେଷ୍ଟା କରୁ ଥିବା ବେଳେ ବିଷାକ୍ତ ସାପଟି ଯୁବକଙ୍କ ହାତକୁ କାମୁଡି ଦେଇଥିଲା, ଫଳରେ ଯୁବକ ଜଣକ ରାଗି ଯାଇ ନିଶାରେ ସlପଟିକୁ ପିଟିପିଟି ମାରି ଦେଇ ଏକ ଜରି ଭିତରେ ରଖି ଉଦଳା ଡାକ୍ତର ଖାନାରେ ପହଞ୍ଚି ଥିବା ଦେଖିବାକୁ ମିଳିଛି l ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ଅଧୀନ ବଡ ସିଙ୍ଗlରିଆ ଗ୍ରାମପଞ୍ଚାୟତର ନୁଆସାହି ଗ୍ରାମରେ l ସୂଚନା ଅନୁସାରେ ଝାଡ଼ଖଣ୍ଡ ଅଞ୍ଚଳ ଯୁବକ ଅଜିତ କର୍ମକାର ୩୬ ବର୍ଷ ଡ୍ରାଇଭ ଏବଂ ବୋରିଂ ଅପରେଟର ଭାବରେ ଉଦଳା ନୁଆସାହି ଅଞ୍ଚଳରେ ଏକ ଭଡାଘରେ ନିଜର ପରିବାର ସହିତ ରହିଆସୁଥିଲେ, ଶନିବାର ସନ୍ଧ୍ୟା ସମୟରେ ନିଶାସକ୍ତ ହୋଇ ଘରେ ଥିବାବେଳେ ଘର ଅଗଣାରେ ଦୁଇଟି ବିଷଧର ସାପ ଖେଳୁଥିବା ବେଳେ ଅପେରଟର ଅଜିତ ସାପ ଦୁଇଟିକୁ ଧରିବl ସମୟରେ ଗୋଟେ ସାପ ଅଜିତଙ୍କ ହାତରେ କାମୁଡି ଦେଇଥିଲା ସାପଟି ନାଗ ସାପ ବୋଲି ଜଣା ପଡିଛି, ପରିବାର ଲୋକେ ଏବଂ ଗ୍ରାମବାସୀ ମାନେ ଅଜିତଙ୍କ ପଛେ ପଛେ ମେଡିକାଲରେ ପହଞ୍ଚି ଥିବା ବେଳେ, ସାପ ଏବଂ ଲୋକକୁ ଦେଖିବାକୁ ଡାକ୍ତର ଖାନାରେ ଭିଡ ଲାଗିଥିଲା, ଅଧିକ ଗୁରୁତର ଥିବାରୁ ଅଜିତକୁ ବାରିପଦା କୁସ୍ଥାନାନ୍ତର କରାଯାଇଛି l ତେବେ ନିଶାକ୍ତ ଥିବା ବେଳେ ବିଷାକ୍ତ ସାପ କାମୁଡାଥିବାରୁ ଅଜିତ କିଛି ଜାଣି ପାରୁନାହାନ୍ତି, ସାଧାରଣ ଲୋକକୁ କାମୁଡି ଥିଲେ ସେ ସେହିଠାରେ ମୃତ୍ୟୁ ବରଣ କରିଥାନ୍ତା ବୋଲି ଆଲୋଚନା ହେଉଛି l