ବିଷାଦ ବ୍ୟାଧିର ବଳୟରେ ବିଶ୍ୱ
ମାୟାଧର ନାୟକ
କରୋନା ମହାମାରୀ, ଭୋକର ଜ୍ୱାଳା ଭଳି ଏବେବିଷାଦର ବ୍ୟାଧି ସମଗ୍ର ବିଶ୍ୱରେ ବ୍ୟାପିବାରେ ଲାଗିଛି । ମଣିଷ ମନରୁ ଶାନ୍ତି ଉଭେଇ ଯାଇଛି । ଧନସମ୍ପତି, କୋଠାବାଡି, ସୁନାରୂପା, ଗାଡି ଘୋଡା ସବୁଥ୍ଧବ ମଣିଷ ମନରେ ସୁଖ ନାହିଁ । ଏବେ ସେ ପାଗଳଭଳି ଘୁରିବୁଲୁଛି । ଇଂଟରନେଟ୍ ପାଖରେ, ଟି.ଭି. ପାଖରେ ଘଂଟା ଘଂଟା ବିତେଇ ଦେଉଛି, ନହେଲେ ନିଶା ସେବନରେ ଦିନ ରାତି କଟେଇଦେଉଛି । କ୍ୟାନ୍ସର୍ ରୋଗ ହେଲେ ମଣିଷ ମୃତ୍ୟୁକୁ ଏକରକମ ଆଲିଙ୍ଗନ କରେ, କିନ୍ତୁବିଷାଦ, ଅବସାଦ, ରୋଗକୁ ଯିଏ ଜୟ କରିପାରିବ – ସେହିଁ ପ୍ରକୃତରେ ସୁଖୀ ।
ଜଣେ ସାଧାରଣ ମଣିଷ ଧନୀ ହେବାଟା ବଡ କଥା ନୁହେଁ । ସୁଖ ଓ ସ୍ୱାସ୍ଥ୍ୟର ଅଧିକାର ହିଁ ଏକାନ୍ତ ଆବଶ୍ୟକ । ଅଧିକାଂଶ ଅର୍ଥନୈତିକ ଉନ୍ନତି ହିଁ ସୁଖର ଚାବିକାଠି ବୋଲି ଧରିନେଇଛନ୍ତି । ଏହା ମଧ୍ୟ ସଂପୂର୍ଣ୍ଣ ସତ୍ୟ ନୁହେଁ ବୋଲି କେତେକ ଯୁକ୍ତି ବାଢନ୍ତି । ଅର୍ଥନୀତିକୁ ନେଇ ସମଗ୍ର ବିଶ୍ୱ ପ୍ରଥମେ ୩ ଭାଗରେ ବିଭକ୍ତ ହୋଇଯାଇଥିଲା । ପ୍ରଥମ ବିଶ୍ୱରେ ଧନଶାଳୀ ପୁଞ୍ଜିବାଦୀ ଦେଶ ସମୂହ, ଦ୍ୱିତୀୟ ବିଶ୍ୱରେ ସମାଜବାଦୀ ଅର୍ଥନୀତିର ପ୍ରବର୍ତକ ଦେଶ ସମୂହ ଏବଂ ତୃତୀୟ ବିଶ୍ୱରେ ଅନୁନ୍ନତ ବିକାଶଶୀଳ ଦେଶ ସମୂହ । ପ୍ରଥମ ବିଶ୍ୱର ମତରେ ଅର୍ଥନୈତିକ ଉନ୍ନତିହିଁସୁଖ ଆଣିବଏବଂ ଦ୍ୱିତୀୟ ବିଶ୍ୱମତରେ ଅର୍ଥନୈତିକ ବୈଷମ ଦୂରକରିଲେ ହିଁ ପ୍ରକୃତସୁଖ ଆସିବ । ତୃତୀୟ ବିଶ୍ୱସମୂହ ଦେଶମାନେ ପ୍ରଥମ ଓ ଦ୍ୱିତୀୟ ବିଶ୍ୱର ଦେଶମାନଙ୍କଠାରୁ ସାହାଯ୍ୟ ସହଯୋଗ ଆଣିବାପାଇଁ ବ୍ୟଗ୍ର ହୋଇପଡୁଥିଲେ । ଏବେକିନ୍ତୁ ଦ୍ୱିତୀୟବିଶ୍ୱର ଦେଶମାନେ ସମାଜବାଦୀ ଅର୍ଥନୀତିରୁ ପୁଞ୍ଜିବାଦୀ ଅର୍ଥନୀତି ଆଡକୁ ମୁହାଁଇଥିବାରୁ ତାଙ୍କର ଚାରିତ୍ରିକ ଅସ୍ତିତ୍ୱଲୋପ ପାଇବାରେ ଲାଗିଛି । ସମଗ୍ର ବିଶ୍ୱପ୍ୟାପୀ ନୂତନ ଅର୍ଥନୈତିକ ବ୍ୟବସ୍ଥାରେ ପୃଥିକରଣ, ଉଦାରିକରଣ, ଘରୋଇକରଣ ପ୍ରବେଶକରିବା ଫଳରେ ଅର୍ଥନୈତିକ ଭାରସାମ୍ୟ ଦୋହଲି ଯାଇଛି ।
ସଂପ୍ରତି ଭାରତୀୟ ଅର୍ଥନୀତି ଭିଷଣଭାବରେ ରୋଗାକ୍ରାନ୍ତ । ପୁଣି କରୋନା ମହାମାରୀ ଅର୍ଥନୀତିକୁ ଧ୍ୱଂସମୁଖୀ କରୁଛି । ଏ ରୋଗାକ୍ରାନ୍ତ ଅର୍ଥନୀତିକୁ ଭଲ କରିବା ପାଇଁ କେତେ ପ୍ରକାର ଉପାୟ ଚିନ୍ତା କରାଯାଉଛି ଏବଂ ପ୍ରୟୋଗ ମଧ୍ୟ କରାଯାଉଛି । ହେଲେ ରୋଗ କମିବାର ଲକ୍ଷଣ ଦେଖାଦେଉନି । ଅର୍ଥନୈତିକ ରୂପ କରୋନା ମହାମାରୀ ଆଡକୁ ଗତିକରୁଛି । ଉତ୍ପାଦନ କ୍ଷେତ୍ର ଧ୍ୱସ୍ତବିଧ୍ୱସ୍ତ । ଖୁଚୁରା ବଜାରରେ ଅଗ୍ନି ବର୍ଷୁଛି । ଏଭଳି ଅବସ୍ଥାରେ କିଛି ରତ୍ପାନ କାରୀମାନଙ୍କର ପୁଷମାସ । ସେମାନେ ଭାରତୀୟ ଟଙ୍କାରେ ଜିନିଷ କିଣିବିଦେଶକୁ ଚାଲାଣକରି ଡଲାର୍ ପାଉଛନ୍ତି । ସେଥିପାଇଁ ସେୟାର ବଜାର ଅତ୍ୟନ୍ତ ଦୁର୍ବଳ ହୋଇପଡିଛି । ବିଦେଶୀ ବ୍ୟବସାୟୀମାନେ ଭାରତରୁ ଧିରେ ଧିରେ ପୁଞ୍ଜି ପ୍ରତ୍ୟାହାର କରିନେଉଛନ୍ତି । ଏଭଳି ଅବସ୍ଥାରେ ଟଙ୍କାର ଅବମୂଲ୍ୟାୟନ ଏବଂ ଡଲାରର ଉର୍ଦ୍ଧ୍ୱଗତି ଯୋଗୁଁ ଦେଶ ଭୟଙ୍କର ଆର୍ଥିକ ସଂକଟରେ ଜର୍ଜରିତ । ରିଜର୍ଭ ବ୍ୟାଙ୍କ, ଅର୍ଥ ମନ୍ତ୍ରଣାଳୟ ଯେତେ ପ୍ରକାର ପଦକ୍ଷେପ ନେଉଛନ୍ତି, ତାହାକାମ ଦେଉନି ।
ସଂପ୍ରତି ଦେଶରେ ରାଜନୈତିକ ଅନିଶ୍ଚୟତା ଦେଖାଦେଇଛି । ଏଣେ ଦେଶରେ ଦୁର୍ନିତୀ, ବ୍ୟଭିଚାର ବଢିବାରେ ଲାଗିଛି । ରାଜକୋଷ ଲୁଟ୍ ହେଉଛି । ରାଜ କୋଷ ଲୁଟେରାମାନେ କଳେ ବଳେ କୌଶଳେ ଶାସନ କ୍ଷମତାକୁ ଜାବୁଡି ଧରି ଲୁଣ୍ଠନ କରି ଚାଲିଛନ୍ତି । କେତେକ ଲୋକଙ୍କ ହାତରେ ଅମାପ ମାପ ସମ୍ପତି ଠୁଳ ହେଉଛି । କୋଟି କୋଟି ଏପରିକି ୯୫ ଭାଗ ଲୋକ ପରିଶ୍ରମର ଫଳ ନପାଇ ହତାଶପଙ୍କରେ ଘାଂଟି ହେଉଛନ୍ତି । ବିଷାଦରେ ସେମାନେ ଭାଙ୍ଗି ପଡୁଛନ୍ତି ।
ଅର୍ଥାଭାବରୁ ଯେତିକି ଦୁଃଖ ଦୁର୍ଦ୍ଦଶାର ଘଟଣା ଘଟେ, ତା ଠାରୁ ଅଧିକ ଘଟେ ଭଲ ପାଇବା ଅଭାବରୁ । ବ୍ୟକ୍ତିଗତ ଓ ସାମାଜିକ ସଂପର୍କ ମଣିଷ ନିକଟରେ ସର୍ବାଧିକ ଗୁରୁତ୍ୱ ପୂର୍ଣ୍ଣ – କାହାର ବ୍ୟାଙ୍କରେ କେତେ ଅର୍ଥ ଅଛି – ସେଟା ଏତେ ଗୁରୁତ୍ୱ ପୂର୍ଣ୍ଣ ନୁହେଁ । ଯଦି କିମିଆକରି କେହି ସଂଗେ ସଂଗେ ବିଶ୍ୱର ଦାରିଦ୍ର୍ୟ କମାଇ ଦିଏ, ତାହେଲେ ମଣିଷର ଦୁଃଖ ମାତ୍ର ଶତକଡା ୫ ଭାଗ କମିବ ଏବଂ ଆଉ ଯଦି କେହି ବିଷାଦ, ଉଦ୍ବେଗରୁ ମଣିଷକୁ ବିଛିନ୍ନ କରିଦିଏ – ତାହେଲେ ଦୁଃଖ କମିବ ମାତ୍ର ଶତକଡା ୨୫ ଭାଗ । ବାକି ୭୫ ଭାଗ ଦୁଃଖ କେବଳ ମନଲାଖି ଉପଯୁକ୍ତ ବନ୍ଧୁ ପାଇଲେ ଦୂର ହୋଇ ଯାଇପାରେ । ମଣିଷ-ମଣିଷର ସଂପର୍କ ଆର୍ଥିକ ସାମର୍ଥ ପାଇଁ ନିର୍ଦ୍ଧାରିତହୁଏ କି? ଗୋଟିଏ ଅତି ଆନନ୍ଦମୟ ଦାମ୍ପତ୍ୟ ସଂପର୍କ ଅର୍ଥାଭାବରୁ ଦୁଷିତ ହୋଇଯାଏନା? ସନ୍ତାନମାନେ କ’ଣ ପିତାମାତାଙ୍କ ଦରିଦ୍ରତା ପାଇଁ ଶତ୍ରୁ ମନୋଭାବାପନ୍ନ ହୋଇପଡନ୍ତି କି? ଗୋଟିଏ ସଂପର୍କର ପ୍ରକୃତ ଶ୍ରଦ୍ଧା ପ୍ରୀତି ପାଇଁ ଯେଉଁ ପରି ମଣ୍ଡଳ ପ୍ରୟୋଜନ – ଅର୍ଥା ଭାବରୁ ତାହା ନଷ୍ଟ ହୋଇଯାଉଛି କି?
ଧନୀ ଲୋକ ମାନେ ବରା ବର ସମ୍ପତିର ପାହାଡ ଉପରେ ବସି ପୁଣି ଧନ ପାଇଁ ବିକଳହୁଅନ୍ତି – ନାନା ଉପାୟ, କଳ କୌଶଳ, ଷଡଯନ୍ତ୍ର, ଅନ୍ୟାୟ ଅତ୍ୟାଚାର, କଷଣ ଶୋଷଣ କରିତାଙ୍କ ଧନମ୍ପତିର ପାହାଡକୁ ସ୍ୱର୍ଗ ପର୍ଯ୍ୟନ୍ତ ଲମ୍ବେଇ ଦେବାକୁ ଇଛା କରି ଶେଷରେ ରୋଗ, ନିରାଶା, ହତାଶା, ବିଷାଦର ହାଃ ହୁତାଶନରେ ସ୍ୱର୍ଗଧାମକୁ ଯାତ୍ରାକରନ୍ତି । ସେଇ ସମ୍ପତି ତାଙ୍କ ବଂଶ ପରିଜନ ମାନଙ୍କୁ ଖାଇ ଗୋଡାଏ । ସଂପର୍କ ଭାଙ୍ଗି ଛିନ୍ ଛତ୍ର ହୋଇଯାଏ । ଧନ ଲୋଭ ମଣିଷକୁ ରସାତଳକୁ ଟାଣିନିଏ । ଟଲ୍ଷ୍ଟଏଙ୍କ ସେହି ସ୍ମରଣିୟ ଗଳ୍ପ “ମଣିଷ ପାଇଁ କେତେ ଜମି ଲୋଡା”କ ୁଟିକେ ହେଜନ୍ତୁ । ତେଣୁ ସଂପର୍କ ହ ିଁଏକମାତ୍ର ଅସଲ ସମ୍ପତି । ସଂପର୍କର ସଂସାର ହିଁ ସାର – ମନଲାଖି ମଣିଷ ସମାଜ ପାଇଁ ଶୁଖିଲା ସଭ୍ୟତାକୁ ଲୁହ ଭିଜା ସଂସ୍କୃତିର ଏହି ପ୍ରକୃତିର ଶୁଭ ସମାଚାର ।
ସମଗ୍ର ବିଶ୍ୱ ଯେପରି ବିଷାଦ ରୋଗା କ୍ରାନ୍ତ, ଭାରତ ସମେତ ବହୁ ଦେଶରେ ଅର୍ଥ ନୀତି ବ୍ୟାଧି ଗ୍ରସ୍ତ । ଭାରତରେ ଭିକାରୀଠାରୁ ଆରମ୍ଭ କରିଭି.ଆଇ.ପି ପର୍ଯ୍ୟନ୍ତ ସମସ୍ତେ ଧନ ପଛରେ ଗୋଡାଇଛନ୍ତି । କେବଳ ଧନ ନୁହେଁ, ପ୍ରତ୍ୟେକ ମଣିଷର ମନ ମଧ୍ୟ ବୋଲ ମାନୁନି । ପରିବାର ରକ୍ତ ସଂପର୍କମଧ୍ୟରେ ମଧ୍ୟ ମନୋମାଳିନ୍ୟ ଯୋଗୁଁ ସମସ୍ତେ ବିଷାଦ ଗ୍ରସ୍ତ । ଶରୀରରେ ରୋଗ ହେଲେ ସଠିକ୍ ଔଷଧ ସେବନ କରି ଲୋକେ ଭଲ ହୋଇଯାଉଛନ୍ତି, କିନ୍ତୁ ବିଷାଦ ରୋଗ ପାଇଁ କୌଣସି ଔଷଧ ନାହିଁ । ନିଜ ମନକୁ ନିଜେ ବୁଝାଇବା ହିଁ ବିଷାଦ ରୋଗ ନିରାକରଣର ନିଦାନ ।
ପଶ୍ଚିମ ଦେଶମାନଙ୍କରେ ବିଷାଦ ଓ ମାନସିକ ଅସ୍ଥିରତା ଭିଷଣ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ମଣିଷ ପାଗଳ ଭଳି ସୁଖ ଖୋଜୁଛି । ସଭ୍ୟତ ଓ ବିଜ୍ଞାନର ଯେତେ ଉନ୍ନତି ହେଉଛି, ମଣିଷ ସେତେ ବିଷାଦ ଗ୍ରସ୍ତ ହେବାରେ ଲାଗିଛି । ପ୍ରତ୍ୟେକ ମଣିଷ ଯାହା ଖୋଜୁଛି – ତାହା ପାଇବା କଷ୍ଟକର । ଖୋଜି ଖୋଜି ନୟାନ୍ତ ହୋଇ ବିଷାଦ ରୋଗରେ ଆକ୍ରାନ୍ତ ହେଉଛି । ଏହି ବିଷାଦରୁ ମୁକୁଳିବା ପାଇଁ ଯିଏ ଯାହା ଆଶାର ଆଲୋକ ଦେଖାଇଲା, ସେହି ମରିଚିକା ପଛେ ପଛେ ଧାଇଁବାରେ ଲାଗିଛି ।
ଏହିବିଶ୍ୱରେ ପ୍ରତ୍ୟେକ ମଣିଷ ଯେଭଳି ବିଷାଦ ରୋଗରେ ଆକ୍ରାନ୍ତ, ସେଇଭଳି ଅନ୍ୟାନ୍ୟ ଜୀବଜନ୍ତୁ ମଧ୍ୟ ଆକ୍ରାନ୍ତ । ଏହି ବିଷାଦ ରୋଗରୁ ମୁକ୍ତି ପାଇବା ପାଇଁବହୁ ଦାର୍ଶନିକ ଅନେକ ବିକଳ୍ପ ତତ୍ୱ ବାହାର କରିଛନ୍ତି, ହେଲେ ସେ ତତ୍ୱକ ୁକାର୍ଯ୍ୟରେ ପରିଣତ କରିବାକୁ ମଣିଷ ସଂପୂର୍ଣ୍ଣ ଚେଷ୍ଟା କରୁନି, ଯାହାଫଳରେ ବିଷାଦ ଗ୍ରସ୍ତ ହୋଇ ହାଃ ହୁତାଶରେ ଜୀବନ କଟାଉଛି । ଏହି ବିଷାଦ ରୋଗକୁ ଭଲ କରିବା ପାଇଁ ସଂପୂର୍ଣ୍ଣ ସୂତ୍ର କିଏ ବାହାର କରିବ? ତାହା ଅପେକ୍ଷାରେ ମାନବ ଜାତି ଚାହିଁର ହିଛି । ଚାହିଁ ଚାହିଁ ଆଖି ପାଣି ଆଖିରେ ମରିବ ସିନା – ବିଷାଦ ରୋଗରୁ ମୁକ୍ତି ପାଇବ ନାହିଁ । ପୃଥିବୀରେ କୌଣସି ଶକ୍ତି ନାହିଁ – ତୁମକୁ ବିଷାଦ ଗ୍ରସ୍ତ କରିବ; କେବଳ ନିଜେ ନିଜକୁ ହିଁ ବିଷାଦଗ୍ରସ୍ତ କରିଥାଉଁ ଆମେ ମାନେ । ଏହା ହେଉଛି ଏକ ମହୌଷଧି ମୟ ଅର୍ନ୍ତ ବାଣୀ – ଯାହା ମନେରଖିଲେ ବିଷାଦ ବ୍ୟାଧିର ସଂକ୍ରମଣରୁ ଆମେ ନିସ୍ତରି ଯାଇପାରିବା ।
ଯାଜପୁରରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩