ବିଷିଷ୍ଟ କ୍ରୀଡାବିତ ପ୍ରବୀର କୁମାର ବିଶ୍ଵାସଙ୍କ ଏକାଦଶାହ ଅନୁଷ୍ଠିତ

କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ):ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ମୋର ସମସ୍ତ ସମୟ ଖେଳ ପାଇଁ ରହିବ, ଏ ଥିଲା ତାଙ୍କର ଏକ ଦୃଢକ୍ତି।ତେବେ ଗତ ଡୀସେମ୍ବର ୫ ତାରିଖ ଥିଲା ବାରିପଦା ତଥା ମୟୂରଭଞ୍ଜ ଆଥଲେଟିକ୍ ଆସୋସିଏସନର ନିର୍ବାଚନ। ସକାଳୁ ସକାଳୁ ଆଥଲେଟିକ ଆସୋସିଏସନର ମେମ୍ବରମାନେ ତାଙ୍କୁ ଭୋଟ ବି ଦେଲେ। ହେଲେ କେହି ଜାଣି ନ ଥିଲେ ତାଙ୍କ ପ୍ରିୟ ଲାଲଟୁ ଦା ଆଉ ନାହାନ୍ତି। ତାଙ୍କ ମୃତ୍ୟୁ ଖବର ପାଇ ସବୁଆଡେ ସ୍ତବ୍ଧ ହୋଇଯାଇଥିଲା । ସେ ଥିଲେ ସମସ୍ତ ବର୍ଗର ପ୍ରିୟ ଏବଂ ପରୋପକାରୀ ତଥା ବିଷିଷ୍ଟ କ୍ରୀଡାବିତ ବାରିପଦାର ପ୍ରବୀର କୁମାର ବିଶ୍ଵାସ,ଯିଏ ଲାଲଟୁ ଦା ନାମରେ ବେଶ ପରିଚିତ ଥିଲେ ।ତେବେ ଆଜି ତାଙ୍କ ଏକାଦଶାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ମୟୂରଭଞ୍ଜ ଆଥେଲେଟିକ ଏସୋସିଏସନ ର ସଦସ୍ୟ ଶ୍ରୀ କିଶୋର କୁମାର ବିଶ୍ବାଳ,ଶ୍ରୀ ଗୌରୀଶଙ୍କର ସିନ୍ହା ,ସମୀର ଓତା, ସଞ୍ଜୀବ ମହାନ୍ତି, ଦେବାଶିଷ ଗୁପ୍ତା ଙ୍କ ସହ ବିଷିଷ୍ଟ ଆଈନଜୀବି ଶ୍ରୀ ସରୋଜ କୁମାର ଦାସ ଏବଂ ଜିଲ୍ଲା ଆଥଲେଟିକ ଆସୋସିଏସନ କର୍ମକର୍ତା, ଜିଲ୍ଲା କ୍ରିକେଟ ସହିତ ଜଡିତ ବିକ୍ତିତ୍ୱ ଙ୍କ ସହିତ ସହର ର ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ହୋଇ ଗଭୀର ଶୋକ ର ସହ ଶ୍ରଦ୍ଧାଞଳୀ ଜ୍ଞାପନ କରି ପରିବାର ବର୍ଗ ଙ୍କୁ ସ୍ୱାନ୍ତନା ଜଣାଇ ଥିଲେ।।ସୂଚନାଯୋଗ୍ୟ ଲାଲଟୁ ଦା ଜଣେ ଓଡ଼ିଶାର ସୁନାମଧନ୍ୟ କ୍ରିକେଟ ଅମ୍ପାୟାର ଓ ଫୁଟବଲ୍ ରେଫରୀ ଭାବେ ବାରିପଦା ଷ୍ଟାଡିୟମରେ ଦୀର୍ଘ ୪୦ ବର୍ଷ ଧରି ଜଡ଼ିତ ଥିଲେ। ୧୯୮୦ ମସିହାରୁ ସେ ଅମ୍ପାୟାର ଭାବେ କାମ ଆରମ୍ଭ କଲେ। ୧୯୮୮ରେ ସେ ଆନୁଷ୍ଠାନିକ ଭାବେ ଅମ୍ପାୟାର କୋର୍ସରେ ପାସ କରିଥିଲେ। ଯାହା ପରେ ସେ ଓଡ଼ିଶା ଆସୋସିଏସନର ପ୍ୟାନେଲ ରେଫରୀ ଭାବେ ନିର୍ବାଚିତ ହୋଇଥିଲେ। ଏହାଛଡ଼ା କଳାହାଣ୍ଡି କପରେ ଅଫିସିଏଟ୍ ମଧ୍ୟ କରିଛନ୍ତି।ଗତ ଡୀସେମ୍ବର ୪ ତାରିଖ ଦିନ ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କୁ ବାରିପଦା ମେଡିକାଲରେ ଭର୍ତ୍ତି କରାଯାଇଥିଲା।ମାତ୍ର ରବିବାର ଦିନ ୧୧ଟା ସମୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ସହଧର୍ମୀଣି କଳ୍ପନା ବିଶ୍ୱାସ, ଏକମାତ୍ର କନ୍ୟା ଚୈତାଳୀ ଵିଶ୍ଵାସ ଙ୍କ ସହ ପୁତୁରା ଅମିତ ବିଶ୍ୱାସ, ଅଭିଜିତ ବିଶ୍ବାସ ଭାଇ ପ୍ରତାପ ବିଶ୍ବାସ, ଦେବାଶିଷ ବୋଷ,ସରୋଜ ବୋଷ ପ୍ରମୁଖ ଉପସ୍ଥିତ ଥିଲେ।ତାଙ୍କ ମୃତ୍ୟୁ ରେ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ଗଭୀର ଶୋକ ପ୍ରକାଶ କରିବାସହ କ୍ରୀଡା ଜଗତ ତାଙ୍କ ଅନୁପସ୍ଥିତି କୁ ନିଶ୍ଚିତ ଅନୁଭବ କରିବ ସମସ୍ତ କ୍ରୀଡାବିତ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ