ବିଷ୍ଣୁପୁର ଗ୍ରାମବାସୀ ଆବାସ ଯୋଜନାରୁ ବଞ୍ଚିତ ହେବା ଘଟଣା, ୮ସପ୍ତାହ ଭିତରେ ପଦକ୍ଷେପ ନେବାକୁ ମାନବାଧିକାର କମିସନଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ନିର୍ଦେଶ

ହାଟଡ଼ିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଶାଳଣିଆଁ ପଞ୍ଚାୟତ ବିଷ୍ଣୁପୁର ଗ୍ରାମର ଦୁଇଶହରୁ ଉର୍ଦ୍ଧ ପରିବାର ଆବାସ ଯୋଜନାରୁ ବଞ୍ଚିତ ହେବା ଘଟଣା ଦୈନିକ ସମ୍ବାଦରେ ପ୍ରକାଶ ପାଇବାପରେ ମାନବାଧିକାର କର୍ମୀ ହିମାସୁଂ ଶେଖର ନାୟକ ଜାତୀୟ ମାନବାଧିକାର କମିସନଙ୍କ ନିକଟରେ ଅଭିଯୋଗ କରିବାପରେ ୨୩୨୧ ତା ୧୮/୭/୨୦୨୨ରେ ଏକ ମାମଲା ହୋଇଥିଲା । ଏହି ମାମଳାର ବିଚାର କରି ମାନବାଧିକାର କମିସନ ୮ସପ୍ତାହ ଭିତରେ ପଦକ୍ଷେପ ନେବାକୁ କେନ୍ଦୁଝର ଜିଲ୍ଲାପାଳଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ୮ସପ୍ତାହ ଭିତରେ ଏ ସମ୍ପର୍କରେ କଣ କଣ ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ଏକ ରିପୋର୍ଟ ଅଭିଯୋଗକାରୀ ଓ ୩ଜଣ ହିତାଧିକାରୀଙ୍କୁ ପ୍ରଦାନ କରିବା ପାଇଁ ନିଦେ୍ର୍ଦଶ ଦେଇଛନ୍ତି । ପୁର୍ବରୁ ଗତ ୧୧/୦୬/୨୦୨୨ରେ ଜାତୀୟ ମାନବାଧିକାର କମିସନ ଏହି ଅଭିଯୋଗ ଗ୍ରହଣ କରିବା ସହିତ ଏହି ଗରିବ ପରିବାର ଗୁଡିକୁ ଆବାସ ଯୋଜନାରେ ତୁରନ୍ତ ଅନ୍ତର୍ଭୁକ୍ତ କରି ୪ସପ୍ତାହ ଭିତରେ କି କି ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ରିପୋର୍ଟ ଦେବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଯେଉଁ ଅଧିକାରୀ ମାନେ ଏପରି ଭୁଲ ଏସଇସିସି ତାଲିକା ପ୍ରସ୍ତୁତରେ ସାମିଲ ଥିଲେ ସେମାନଙ୍କ ବିରୋଧରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେ ସମ୍ପର୍କରେ ପଞ୍ଚାୟତରାଜ ବିଭାଗର ପ୍ରମୁଖ ଶାସନ ସଚିବ ଓ କେନ୍ଦୁଝର ଜିଲ୍ଲାପାଳ ୪ସପ୍ତାହ ଭିତରେ ରିପୋର୍ଟ ଦେବାକୁ କମିସନ ନିଦେ୍ର୍ଦଶ ଦେଇଥିଲେ ।ଏଠାରେ ସୁଚନାଯୋଗ୍ୟ ଯେ ହାଟଡିହି ବ୍ଲକ ଶାଳଣିଆଁ ପଞ୍ଚାୟତ ବିଷ୍ଣୁପୁର ଗ୍ରାମର ୨୦୦ରୁ ଉର୍ଦ୍ଧ ଗରିବ ପରିବାର ବସବାସ କରୁଥିବାବେଳେ ୨୦୧୧ ସାମାଜିକ, ଅର୍ଥନୈତିକ ସର୍ଭେ ୨୦୧୧ରେ ଏସଇସିସି ତାଲିକାରେ ସେମାନଙ୍କ ଗାଁର ନାମ ନଥିବାରୁ ଗ୍ରାମବାସୀମାନେ ଆବାସ ଯୋଜନାରୁ ବଞ୍ଚିତ ହୋଇଛନ୍ତି । ଗ୍ରାମର ୯୦ଭାଗ ଲୋକ ଗରିବ ଶ୍ରେଣୀର ହୋିଥିବାରୁ ସେମାନେ ପକ୍କା ଘର ଖଣ୍ଡିଏ ନିର୍ମାଣ କରି ରହିବା ତାଙ୍କ ପକ୍ଷେ ସମ୍ଭବପର ନୁହଁ । ତେଣୁ ଗାଁର ୯୦ଭାଗରୁ ଉର୍ଦ୍ଧ ଲୋକ ଭଙ୍ଗା ଦଦରା ଚାଳଘରେ ବସବାସ କରୁଛନ୍ତି । ସେମାନଙ୍କ ସମସ୍ୟାକୁ ନିଜ ଆଖିରେ ନଦେଖିଲେ ସେମାନଙ୍କ ସ୍ଥିତି ସମ୍ପର୍କରେ କେହି ବିଶ୍ୱାଷ କରିବେ ନାହିଁଁ । ଏହି ସମସ୍ୟାକୁ ନେଇ ଗ୍ରାମବାସୀମାନେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନେକଥର ଧାରଣାରେ ବସିଥିଲେବି ସେମାନଙ୍କ ଦୁଃଖ ବୁଝିବାରେ କେହି ସମର୍ଥ ହୋଇ ନାହାନ୍ତି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ