ବିଷ୍ଣୁପୁର ଠାରେ ରଜ ମହୋତ୍ସବ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଭିଲିଗ୍ରାମ ପଞ୍ଚାୟତ ର ବିଷ୍ଣୁପୁର ଠାରେ ୬ଷ୍ଠ ବାର୍ଷିକ ତିନି ଦିନିଆ ରଜ ମହୋତ୍ସବ ଆରମ୍ଭ ହୋଇଛି। ନିମାପଡା ବିଧାୟକ ସମୀର ରଞ୍ଜନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉକ୍ତ ଉତ୍ସବ କୁ ଉଦଘାଟନ କରିଥିଲେ।ସମ୍ମାନୀତ ଅତିଥି ଭାବେ ଜଗତସିଂହପୁର ସାଂସଦ ଙ୍କ ପ୍ରତିନିଧି ସୁଧୀର ରଞ୍ଜନ ଦାଶ, ରଜ ଉତ୍ସବ କମିଟି ସଭାପତି ସୀମାନ୍ତ ଶେଖର ରଥ, ସମ୍ପାଦକ ରବୀନ୍ଦ୍ର ନାୟକ, ପୂର୍ଣଚନ୍ଦ୍ର ନାୟକ, ପୂର୍ଣଚନ୍ଦ୍ର ରଥ, ରତ୍ନାକର ମହାପାତ୍ର, ରଞ୍ଜନ କୁମାର ନାୟକ, ପ୍ରବୋଧ ପ୍ରଧାନ, ବାଳକୃଷ୍ଣଓଝା ପ୍ରମୁଖ ଯୋଗଦାନ କରି ରଜ ପର୍ବ ସମ୍ପର୍କ ରେ ଆଲୋକପାତ କରିବା ସହିତ ଆୟୋଜକ ଅନୁଷ୍ଠାନ କୁ ପ୍ରଶଂସା କରିଥିଲେ। ଏହି ତିନି ଦିନିଆ ରଜ ଉତ୍ସବ ରେ ଦୋଳି ଗୀତ, କାନ୍ଦଣା, ପୁଚି ଖେଳ, ପିଠା ପ୍ରସ୍ତୁତି,ଝୋଟି ଚିତା ପକାଇବା ପ୍ରତିଯୋଗୀତା ସହିତ କବି ସମ୍ମିଳନୀ,କବିତା ପାଠୋତ୍ସବ, ପ୍ରତିଭା ଓ କୃତୀ ମହିଳା, ଯୁବତୀ, କବି, ବ୍ୟକ୍ତି ବିଶେଷ ଙ୍କୁ ସମ୍ବର୍ଦ୍ଧନା ଦିଆଯିବାର କାର୍ଯ୍ୟକ୍ରମ ରହିଥିବା ଆୟୋଜକ ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ