ବିଷ୍ଣୁପ୍ରୀୟା ବୃଦ୍ଧାଶ୍ରମକୁ ସ୍ୱାସ୍ଥ୍ୟ ପରୀକ୍ଷଣ କିଟ ପ୍ରଦାନ

ହାଟଡିହି, (ବିକାଶ ବିଶ୍ୱାଳ):ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓଡିଶା ସରକାରଙ୍କ ପକ୍ଷରୁ ହାଟଡିହି ବ୍ଲକ ବିଷ୍ଣୁପ୍ରୀୟା ବୃଦ୍ଧାଶ୍ରମକୁ ସ୍ୱାସ୍ଥ୍ୟ ପରୀକ୍ଷଣ କିଟ ପ୍ରଦାନ କରାଯାଇଛି । ଏହି ବୃଦ୍ଧାଶ୍ରମରେ ରହୁଥିବା ବୃଦ୍ଧ, ବୃଦ୍ଧା ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କିପରି ସହଜରେ ହୋଇପାରିବ ସେନେଇ ବିଭାଗ ପକ୍ଷରୁ ରକ୍ତଚାପ ମାପିବା ଯନ୍ତ୍ର, ବହୁମୁତ୍ର ରୋଗ ମାପିବା ଯନ୍ତ୍ର, ଥଣ୍ଡା ଓ ଗରମ ସେକ ବ୍ୟାଗ ଆଦି ପ୍ରଦାନ କରାଯାଇଛି । କେନ୍ଦୁଝର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଜୟକୃଷ୍ଣ ବାରିକ, ଆନନ୍ଦପୁର ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶମ୍ବୁନାଥ ରାଉତ, କନିଷ୍ଠ କିରାଣୀ ଶଶିଭୂଷଣ ନାୟକ ପ୍ରମୁଖ ଉପସ୍ଥିତ ରହି ବିଷ୍ଣୁପ୍ରୀୟା ଜରାନିବାସର ସମ୍ପାଦକ ପ୍ରେମାନନ୍ଦ ଦାସଙ୍କୁ ଏହି ସ୍ୱାସ୍ଥ୍ୟ ପରୀକ୍ଷଣ କିଟ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ