ବିଷ୍ଣୁ ମୋହନ, ପମି, ସ୍ମୃତିମୟୀ, ଜ୍ୟୋତି ଓ ଶାନ୍ତି ପ୍ରକାଶଙ୍କ ଗୀତରେ ଝୁମିଲେ ଦର୍ଶକ
ଗଞ୍ଜାମ : ଗଞ୍ଜାମ ସହର ସ୍ଥିତି ଭାରତୀ ବିଦ୍ୟା ପୀଠ ମିନି ଷ୍ଟାଡିୟମ ରେ ଗଞ୍ଜାମ ଜ୍ୟୋତି ସଂମ୍ମାନ ସମାରୋହ ଓ ଲୋକକଳା ମହୋ ଉତ୍ସବ ଅନୁଷ୍ଠିତ ହୋଇଯାଇଛି .ଓଡ଼ିଆ ଫିଲ୍ମ ଜଗତର ସୋନାମଧନ୍ୟ ଗାୟକ ବିଷ୍ଣୁ ମୋହନ, ପମି, ସ୍ମୃତମୟୀ, ମଦପିଇବି ନାହିଁ ଗୀତ ର ଗାୟକ କୋରାପୁଟ ଜିଲ୍ଲାର ଦୁଇ ଭାଇ ଜ୍ୟୋତି ଓ ଶାନ୍ତି ପ୍ରକାଶ ଙ୍କ ଗୀତରେ ଝୁମିଥିବା ବେଳ , ଲୋକ କଳା ନାଟର ମଜା ନେଇଥିଲେ. ଭରସା ର ସଭାପତି ଦିଲ୍ଲୀପ କୁମାର ପଟ୍ଟନାୟକ ଙ୍କ ସଭାପତିତ୍ବ ରେ ଏହି ଉତ୍ସବ ରେ ମୁଖ୍ୟଅତିଥି ରୂପେ ପୂର୍ବତନ ଉପବାଚସ୍ପତି ତଥା କୃଷିବିପନ ପରିଷଦ ଉପଦେଷ୍ଟା ରାମ ଚନ୍ଦ୍ର ପଣ୍ଡା ଯୋଗ ଦେଇ ଗଞ୍ଜାମ ଜିଲ୍ଲାର ଲୁକାଇତ ପ୍ରତିଭାକୁ ଖୋଜି ବାହାର କରିସଂମ୍ମାନିତ କରିବା ଓ ବିଲୁପ୍ତ ହେବାକୁ ଯାଉଥିବା ଲୋକ କଳା କୁ ଲୋକଙ୍କୁ ମନେ ପକାଇବା ଆୟୋଜକ ଙ୍କ ର ଏଭଳି ଉଦ୍ୟମ ପ୍ରଶଂସାନିୟ ବୋଲି କହିଥିଲେ l ସଂମ୍ମାନିତ ଅତିଥିଭାବେ ସ୍ଥାନୀୟ ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗ ଦେଇ ଗଞ୍ଜାମ ଜ୍ୟୋତି ନୋବେଲ ପୁରସ୍କାର ଠାରୁ କମ ନୁହେଁ ବୋଲି କହିବା ସହ ଲୋକକଳା ଉତ୍ସବ ଆଜିର ପିଢ଼ି ଜାଣିବ ର ସୁଯୋଗ ପାଇବେ ବୋଲି କହିଥିଲି. I ଅନ୍ୟତମ ସଂମ୍ମାନିତ ଅତିଥି ରୁପେ Clapthon Counsalling LLP ଭୁବେନେସ୍ବର ପରିଚାଳନା ନିର୍ଦେଶକ ପି.ଚନ୍ଦ୍ରଶେଖର ( ଅନିଲ ) ଯୋଗ ଦେଇ ଆପଣ ମାନଙ୍କ ର ପ୍ରତିଭା ଯୋଙ୍ଗୁ ଆମ ମାଟି ର ପରିଚୟ ସୃଷ୍ଟି ହୋଇ ପାରିଛି, ଆପଣ ମାନେ ବହୁ ସଂମ୍ମାନ ରେ ସଂମ୍ମାନିତ ହୋଇଥିଲେ ମଧ୍ୟ ନିଜ ମାଟିରେ ସଂମ୍ମାନିତ ହେବା ଏକ ଗୌରବ ବୋଲି କହିଥିଲି. I ଅନ୍ୟତମ ସଂମ୍ମାନିତ ଅତିଥିଭାବେ ଜାଗୃତି ମହାବିଦ୍ୟାଳୟ ର ଅଧକ୍ଷ ସନତ ପଣ୍ଡା ଯୋଗ ଦେଇ ଲୋକକଳା ମହୋଉତ୍ସବ ମାଧ୍ୟମରେ ଲୁକାଇତ ପ୍ରତିଭା କୁ ସଂମ୍ମାନିତ କରିବା ଏକ ଭଲପରମ୍ପରା ସୃଷ୍ଟି କରିବ ବୋଲି କହିଥିଲି . I ମୁଖ୍ୟ ବକ୍ତା ରୂପେ ବିଶିଷ୍ଟ ସାହିତ୍ୟକ ଡାକ୍ତର ପ୍ରସ୍ନନ ରଥ ଯୋଗ ଦେଇ କଳା, ସଂସ୍କୃତି, ପ୍ରତିଭା ମାନଙ୍କୁ ଗୋଟାଏ ମଞ୍ଚ ରେ ରଖି ସଂମ୍ମାନିତ କରାଯିବା ଓ ସେମାନଙ୍କ ଲୋକକଳା କୁ ଦର୍ଶକଙ୍କୁ ଦେଖାଇବା ଆଜିର ପିଢ଼ି ପାଇଁ ପ୍ରେରଣା ହେବ ବୋଲି କହିଥିଲେ l ସକ୍ଷମ ର ଉପଦେଷ୍ଟା ସନ୍ତୋଷ ରେଡି, ସଭାପତି ବସନ୍ତ ସାହୁ, ଆପୂର୍ବା ର ସଭାପତି ପ୍ରଭାତ ସାହୁ ମଞ୍ଚସିନ ଥିଲେ l ଭରସା ର ସମ୍ପାଦକ ଦୁର୍ଗା ମାଧବ ପାଣିଗ୍ରାହୀ କାର୍ଯ୍ୟକ୍ରମ ଉପରେ ନିଜର ବକ୍ତବ୍ୟ ରଖିଥିଲେ l ଅଧ୍ୟାପକ ଲଷ୍ମୀନାରାୟଣ ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ , ଅଧ୍ୟାପକ ଗିରିଶ କୁମାର ଆଚାଯ୍ୟ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ l ଭରସା ର ସହ ସମ୍ପାଦକ ବିନୋଦ କୁମାର ପଲେଇ ଧନ୍ୟବାଦ ବାଧନ୍ୟବାଦ ଅର୍ପଣ କରିଥିଲେ l ଏହି ଅବସରରେ ଅର୍ଜୁନ ପୁରସ୍କାର ପ୍ରାପ୍ତ କ୍ରୀଡା ବିତି କେ. ରବି କୁମାର, ଅନ୍ତଜାତିୟ ସ୍ତରୀୟ ମହିଳା ବକ୍ସର ମମତା ପଣ୍ଡା, ଭରୋତଲନକାରି ଟୁକୁନି ବଡ଼ମୁଣ୍ଡି, ଆଇଆଇସି ଶରତ କୁମାରସାହୁ କପେରେଟ ଆଇନ ଜଗତର ପ୍ରଶାସକ ମନୋଜ କୁମାର ସାହୁ, ଡାକ୍ତର ଅମେୟ କୁମାର ସ୍ୱାଇଁ, ଅଭିନେତା ପ୍ରୀତ ରଞ୍ଜନ ପ୍ରଧାନ, ଟାଏକୁଣ୍ଡା ସ୍ଵର୍ଣ ବିଯେୟତା D.ପ୍ରେମ ପ୍ରସାଦ, ଅଧ୍ୟାପିକା ବିଦୁପ୍ରଭାସାହୁ, ସୁଦର୍ଶନ ଛୋଟରାୟ, ଡାକ୍ତର ମିହିର କୁମାରବଲ, ତେଜସ୍ୱର ସାମଲ, ଗଣେଶ ପଟ୍ଟନାୟକ ଶଙ୍କର ଦାସ ,ନିରଞ୍ଜନ ପ୍ରଧାନ ଗାୟତ୍ରୀ ପରିବାର ପ୍ରମୁଖ ସମେତ 32ଜଣ ପ୍ରତିଭା ଙ୍କୁ ଗଞ୍ଜାମ ଜ୍ୟୋତି ସଂମାନ ରେ ସଂମ୍ମାନିତ କରାଯାଇଥିଲା l ଏହାକୁ ଜ୍ଞାନସାହୁ, ମନୋଜ, ପ୍ରମୋଦ କୁମାର ପଣ୍ଡା , ଶଙ୍କର ବାରିକ,ବାବୁ ପଣ୍ଡା ,ଟୁଲୁ ବାରିକ , ପୁରୁଷୋତ୍ତମ ପଣ୍ଡା,ନାରାୟନ ପ୍ରମୁଖ ପରିଚାଲନା କରିଥିଲେ l ଏହି ଅବସରରେ ଘୋଡାନୃତ୍ୟ, ଦଣ୍ଡନୃତ୍ୟ, ଯୋଡି ଶଙ୍ଖ, ଘୁଡକି, ଓଡିଶୀ ନୃତ୍ୟ, ପାଇକା, ପରିବେଷଣ କରାଯାଇଥିଲା l ଶେଷରେ ଖାତିନାମ ଗାୟକ ବିଷ୍ଣୁ ମୋହନ କବି , ପମି ମିଶ୍ର, ସ୍ମୃତିମୟୀ, ମଦପିଇବି ନାହିଁ ର ଗାୟକ କୋରାପୁଟ ଜିଲ୍ଲାର ଦୁଇ ଭାଇ ଶାନ୍ତି ପ୍ରକାଶ, ଜ୍ୟୋତି ପ୍ରକାଶ ଙ୍କ ଗୀତ ରେ ଚଳଚିତ୍ର ଜଗତର ଅଭିନେତା ଆ ରିଆନ ଙ୍କ ଡାଇଲକ ରେ ଦର୍ଶକ ଝୁମିଥିଲେ l