ବିଷୟ ଭିତ୍ତିକ ଶିକ୍ଷଣ ସାମଗ୍ରୀ କର୍ମଶାଳା ଉଦଯାପିତ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଳକ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ତରଫରୁ ଦିଗପହଣ୍ଡି ସ୍ଥିତ ମଧୁବିଦ୍ଯା ପୀଠ ପ୍ରାଥମିକ ବିଦ୍ୟାଳୟରେ ଦୁଇଦିନିଆ ବିଷୟ ଭିତ୍ତିକ ଶିକ୍ଷଣ ସାମଗ୍ରୀ କର୍ମଶାଳା  ଉଦଯାପିତ ହୋଇଯାଇଛି । ଦିଗପହଣ୍ଡି ଏନ୍ଏସି ଆଞ୍ଚଳିକ ସାଧନ କେନ୍ଦ୍ର ସିଆରସିସି ଅନୀଲ କୁମାର ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ କର୍ମଶାଳାରେ ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ବାଳା ମାଝୀ , ସହଗୋଷ୍ଠୀ ଶିକ୍ଷାଧିକାରୀ ବିଶ୍ରବା ପାଇକ ପ୍ରମୁଖ ଉପସ୍ଥିତ ରହି କର୍ମଶାଳାର ମର୍ମ , ବିଦ୍ୟାଳୟ ମାନଙ୍କରେ ଏହାର ବ୍ୟବହାର ଉପରେ  କିପରି ପ୍ରାଧାନ୍ୟ ଦିଆଯାଇପାରିବ ସେ ନେଇ ଆଲୋକପାତ କରିଥିଲେ  । ଏଥିରେ କ୍ଳଷ୍ଟର ଅଧିନସ୍ଥ ବିଭିନ୍ନ ବିଦ୍ୟାଳୟରୁ ୧୪ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଅଂଶଗ୍ରହଣ କରିଥିଲେ । ଶିବିରରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦ୍ବାରା ବିଭିନ୍ନ କିସମର ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରାଯାଇଥିଲା । ସହକାରୀ ଶିକ୍ଷକ  ଉପେନ୍ଦ୍ର ପଣ୍ଡା , ସିଆରସିସି ରବୀନ୍ଦ୍ର ବେହେରା ,  ଅଳକା ପ୍ରଧାନ, ମେନ୍ସନ ପ୍ରଧାନଙ୍କ ସମେତ ଅନ୍ୟ ସିଆରସିସି ବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ  କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ