ବିଷ ପାନ କରି ମହିଳାଙ୍କ ଆତ୍ମହତ୍ୟା
ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ): ଲକ୍ ଡାଉନ୍ ପରିୟଡରେ ମୟୂରଭଂଜ ଜିଲ୍ଲାର ମହିଳାଙ୍କ ଆତ୍ମହତ୍ୟା ହୁ ହୁ ହୋଇ ବୃଦ୍ଧି ପାଉଛି । ଏହାକୁ ନେଇ ସାମାଜିକ କର୍ମୀମାନେ ଚିନ୍ତିତ । ଆର୍ଥିକ ଅନାଟନ,ମଦୁଆ ସ୍ୱାମୀଙ୍କ ଶାରୀରିକ ଓ ମାନସିକ ନିର୍ଯାତନା ନେଇ , ପାରିବାରିକ ସମସ୍ୟା ନେଇ ମହିଳାମାନେ ଅତିଷ୍ଠ ହୋଇ ଆତ୍ମହତ୍ୟା କରୁଥିବା ଅନୁମାନ କରାଯାଉଛି । ମୟୂରଭଂଜ ଜିଲ୍ଲାର ବିଶୋଇ ଥାନା ଅନ୍ତର୍ଗତ କୁନ୍ଦୁଳିଆ ଗ୍ରାମରେ ପାରିବାରିକ ସମସ୍ୟା ନେଇ ରାଧାମୋହନ ମୁର୍ମୁଙ୍କ ପତ୍ନୀ ନୁହା ମୁର୍ମୁ ବିଷ ପାନ କରିଥିଲା । ତାଙ୍କୁ ରାଇରଙ୍ଗପୁର ହସ୍ପିଟାଲକୁ ଆଣିଥିଲେ । ଡାକ୍ତର ମୃତ ଘୋଷଣା କରିଥିଲେ । ପୋଲିସ ଶବ ବ୍ୟବଚ୍ଛେଦ କରାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି । ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରିଛି । ମୃତ୍ୟୁର କାରଣ ଅସ୍ପଷ୍ଟ । ତଦନ୍ତ ଜାରି ରହିଛି ।