ବିଷ ପିଇ ଆତ୍ମହତ୍ୟା

ହାଟଡିହି,(ବିକାଶ ବିଶ୍ୱାଳ) : ହାଟଡିହି ବ୍ଲକ ଶାଳଣିଆଁ ଗ୍ରାମର ପ୍ରଭାତ ବାରିକ(୪୨) ନାମକ ଜଣେ ଚାଷୀ ପାରିବାରିକ କଳହକୁ କେନ୍ଦ୍ରକରି ଆତ୍ମହତ୍ୟା କରିଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ପ୍ରଭାତଙ୍କ ଦୁଇ ଏକର ଚାଷଜମିରେ ଚଳିତବର୍ଷ ଭଲ ଧାନଚାଷ ହୋଇଥିଲେବି ଧାନରେ ରୋଗପୋକ ଯୋଗୁଁ ଧାନ ଥୋଡ ନବାହାରିବାରୁ ମାନସିକ ଦୁଶ୍ଚିନ୍ତାରେ ଥିଲେ । ଅନ୍ୟପଟେ ଗତ ତିନିଦିନ ତଳେ କୌଣସି କାରଣକୁ ନେଇ ଘରେ ପାରିବାରିକ କଳହ ଲାଗିଥିଲା । ଫଳରେ ମାନସିକ ଭାରସାମ୍ୟ ହରାଇ ଗତ ଶୁକ୍ରବାର ଦିନ ଘରେଥିବା କୀଟନାଶକ ପିଇ ଦେଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ କଟକ ନିଆଯାଇ ଚିକିତ୍ସା କରାଯାଉଥିବାବେଳେ ଆଜି ତାଙ୍କର ମୃତ୍ୟୁ ଘଟିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ