ବିଷ ପିଇ ମହିଳାଙ୍କ ଆତ୍ମହତ୍ୟା

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ): ‘କରୋନା’ ସଂକ୍ରମଣ ରୋକିବା ପାଇଁ ଲକ୍ ଡାଉନ୍ । ଲକ୍ ଡାଉନ୍ ରେ ମେରିଟ ସହିତ ପାର୍ଶ୍ଵ ପ୍ରତିକ୍ରିୟା ଦେଖାଯାଉଛି ବିଶେଷତଃ ନିମ୍ନ ମଧ୍ୟବିତ୍ତ ଓ ଶ୍ରମିକ ଶ୍ରେଣୀ ପରିବାର ଉପରେ । ହାତରେ କାମଧନ୍ଦା ନ ଥାଇ ସଂଚିତ ଅର୍ଥ ଦୁଇମାସ ହେଲା ବସି ଖାଇ ଶେଷ, ପରିବାରର ବୋଝ ନେଇ ୭୦/୮୦ଭାଗ ଲୋକଙ୍କ ଘରେ ରୀତିମତ ମାରପିଟ୍,ଝଗଡ଼ା, ଗଣ୍ଡଗୋଳ ଚାଲିଛି । ସାମାଜିକ ସୁସ୍ଥ ପରିବେଶ ଅଶାନ୍ତ ହୋଇ ପଡୁଛି ।ମାନସିକ ଭାରସାମ୍ୟ ହରାଉଛନ୍ତି ମହିଳା ହେଉ ବା ପୁରୁଷ ହେଉ ।ବିଶେଷତଃ ଯୁବ ଗୋଷ୍ଠୀ ମଧ୍ୟରେ ମାନସିକ ଅସୁନ୍ତଳତା ଦେଖାଦେଇଛି ।ଦିନକୁ ଦିନ ଯୁବ ଗୋଷ୍ଠୀ ମଧ୍ୟରେ (୨୦ ରୁ୩୦) ବର୍ଷୀୟଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଇଛି । ମୟୂରଭଂଜ ଜିଲ୍ଲାର ବାମନଘାଟି ଅଂଚଳରେ ମଧ୍ୟ ପାରିବାରିକ ହିଂସା ବୃଦ୍ଧି ପାଇଛି । ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଜାମପାଣି ଗ୍ରାମରେ ରାଜୁ ମୁଣ୍ଡା ପରିବାରରେ । ବୁଧବାର ରାତିରେ ରାଜୁ ମୁଣ୍ଡାର ସ୍ତ୍ରୀ ରତନି ମୁଣ୍ଡା ଘରେ କୌଣସି କାରଣରୁ କୀଟ ନାଶକ ଔଷଧ ଖାଇ ଅସୁସ୍ଥ ହୋଇ ପଡିଥିଲେ । ସ୍ତ୍ରୀର ଏଭଳି ପରିସ୍ଥିତି ଦେଖି ତାଙ୍କୁ ରାଇରଙ୍ଗପୁର ଡାକ୍ତରଖାନା ଆଣିଥିଲେ । ଡାକ୍ତର ମୃତ ଘୋଷଣା କରିଥିଲେ । ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇ ପରିଚିତ ବର୍ଗଙ୍କୁ ହସ୍ତାନ୍ତର କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ