ବିସିଇଟିରେ ମନୋନୟନ ପ୍ରକ୍ରିୟା
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ସହର ଉପକଣ୍ଠ ଶେରଗଡ଼ସ୍ଥିତ ‘ବାଲେଶ୍ୱର କଲେଜ ଅଫ ଇଂଜିନିୟରିଂ’(ବିସିଇଟି) କ୍ୟାମ୍ପସ ମନୋନୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱର ‘ପରିଷ୍ଟେନ୍ଟ ନେଟ୍ୱାର୍କ ପ୍ରାଇଭେଟ୍ ଲିମିଟେଡ’ର ପରିଚାଳନା ନିର୍ଦ୍ଦେଶକ ପ୍ରୀତମ କୁମାର ଗୁହା ଏବଂ ମାନବ ସମ୍ବଳ ବିଭାଗ ମୁଖ୍ୟ ପ୍ରିୟଙ୍କା ଓ ଅନ୍ୟାନ୍ୟ ଅଧିକାରୀମାନେ ଏଥିରେ ଯୋଗ ଦେଇଥିଲେ ।ଅନୁଷ୍ଠାନର ଉପ-ନିର୍ଦ୍ଦେଶକ ଏସଏସ ସାମନ୍ତ ଏହି ମନୋନୟନ ପ୍ରକ୍ରିୟା ପରିଚାଳନା କରଥିଲେ । ପ୍ରକ୍ରିୟାରେ ବିସିଇଟି ଏବଂ ଶ୍ରିନିକ୍ସ ବୈଷୟିକ ବିଦ୍ୟାଳୟର ଅନ୍ତିମ ବର୍ଷର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ସେଥିମଧ୍ୟରୁ ବିସିଇଟିର ଏମବିଏ ବିଭାଗର ଅଞ୍ଜଳି ବିଶ୍ୱାଳ ଏବଂ ଗଙ୍ଗୱାର ଦୀକ୍ଷା ପ୍ରେମପାଲ ସିଂ ମନୋନୀତ ହୋଇଥିବା ବେଳେ ଇଞ୍ଜିନିୟରିଂ ଓ ଇଲୋକ୍ଟ୍ୟୋନିକ୍ସ ବିଭାଗରୁ ପ୍ରୀତମ ସାହା, ସୂରଜ ପାଣିଗ୍ରାହୀ, କମ୍ପୁଟର ବିଭାଗରୁ ସତ୍ୟବ୍ରତ ସାହୁ ଏବଂ ମେକାନିକାଲ୍ ବିଭାଗରୁ ମୃତ୍ୟୁଞ୍ଜୟ ବେହେରା ମନୋନୀତ ହୋଇଛନ୍ତି । ଶ୍ରୀନିକ୍ସ ମହାବିଦ୍ୟାଳୟର କମ୍ପ୍ୟୁଟର ସାଇନ୍ସ ବିଭାଗରୁ ଚନ୍ଦ୍ରକାନ୍ତ ସାମଲ ମଧ୍ୟ ଉକ୍ତ ଚୟନ ପ୍ରକ୍ରିୟାରେ କୃତକାର୍ଯ୍ୟ ହୋଇଛନ୍ତି । ଅନୁଷ୍ଠାନର ଉପାଧ୍ୟକ୍ଷ ଇଂ. ମିଥୁନ କୁମାର କର, ଅଧ୍ୟାପକ ଜ୍ୟୋତିରଞ୍ଜନ ରାଉତ, ପ୍ରଦୀପ କୁମାର ମହାନ୍ତି, ଏସଏସ ପାଢ଼ୀ, ଡ. ସୁବର୍ଣ୍ଣ କେଶରୀ ସାମଲ, ଡ. ବକେ ପାଢ଼ୀ, ଇଂ ସରୋଜ କୁମାର ପାତ୍ର, ଏସଏନ ଭଗତ, ଅମ୍ବୁଜଲୋଚନ ଦାଶ ପ୍ରମୁଖ ଉପସ୍ଥିତ ରହି ମନୋନୟନ ପ୍ରକ୍ରିୟା ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ । ଅନୁଷ୍ଠାନର ନିର୍ଦ୍ଦେଶକ ଡ. ଶରତ କୁମାର ମିଶ୍ର ଏବଂ ଅଧ୍ୟକ୍ଷ ଡ. ଶିବେନ୍ଦ୍ର କୁମାର ଘଡ଼େଇ କମ୍ପାନୀ ଦ୍ୱାରା ମନୋନିତ ହୋଇଥିବା ଛାତ୍ର ଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଅନୁଷ୍ଠାନର ପ୍ରତିଷ୍ଠାତା ତଥା ପରିଚାଳନା ପରିଷଦର ସଭାପତି ଡ. ମନ୍ମଥ କୁମାର ବିଶ୍ୱାଳ “ପରିଷ୍ଟେନ୍ଟ ନେଟ୍ୱାର୍କ ପ୍ରାଇଭେଟ୍ ଲିମିଟେଡ଼୍”ର ପ୍ରତିନିଧିମାନଙ୍କୁ ସମ୍ମାନିତ କରିବା ସହ ମନୋନୀତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ସିନ୍ଧିଆରେ ତାରିଣୀ ମନ୍ଦିର ପ୍ରତିଷ୍ଠା ଉତ୍ସବ


