ବିସିଇଟି ପରିସରରେ ମେଗା ରକ୍ତଦାନ ଶିବିର : ୨୧୩ ୟୁନିଟ୍ ରକ୍ତ ସଂଗ୍ରହ
ବାଲେଶ୍ୱର: ସେରଗଡ ନିକଟସ୍ଥ ବାଲେଶ୍ୱର କଲେଜ ଅଫ୍ ଇଞ୍ଜିନିୟରିଂ ଏଣ୍ଡ ଟେକ୍ନୋଲୋଜି (ବିସିଇଟି) ପରିସରରେ ଯୁବ ରେଡକ୍ରସ ଏବଂ ଜାତୀୟ ସେବା ଯୋଜନାର ମିଳିତ ଆନୁକୂଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ତଥା ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଉକ୍ତ ରକ୍ତଦାନ ଶିବିରଟିକୁ ବାଲେଶ୍ୱର ଜିଲ୍ଲାର ସୁନାମଧନ୍ୟ ଡାକ୍ତର ଡକ୍ଟର ଅମିତାଭ ଗିରି ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉତ୍ତର ଓଡିଶା ସଂସ୍କରଣ ଦୈନିକ ସମାଜର ଏଡିସନ୍ ଇନ୍ଚାର୍ଜ ମଧୁସୁଦନ ଦାସ ଏବଂ ବାଲଶ୍ୱର ମୁଖ୍ୟ ଚିକିତ୍ସାଳୟ ଅଧିନରେ କାର୍ଯ୍ୟରତ ବ୍ଲଡ୍ ବ୍ୟାଙ୍କର ମୁଖ୍ୟ ଅଧିକାରୀ ଡକ୍ଟର ବି.କେ. ଉପାଧ୍ୟାୟ, ବିସିଇଟିର ଉପନିର୍ଦ୍ଦେଶକ ଡକ୍ଟର ଶ୍ରୀମାନ ଶ୍ରୀଚନ୍ଦନ, ଉପାଧ୍ୟକ୍ଷ ଇଂ. ପ୍ରିତୀରଞ୍ଜନ ବିଜୟ ସିଂ, ଏନ୍.ଏସ୍.ଏସ୍ ପ୍ରୋଗ୍ରାମ ଅଫିସର ଅଧ୍ୟାପକ ଅମ୍ବୁଜ ଲୋଚନ ଦାସ, ଅଧ୍ୟାପିକା ସଂଗୀତା ଦାସ, ଯୁବରେଡକ୍ରସ କାଉନସିଲର ଅଧ୍ୟାପକ ମନୋଜ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ ଶିବିରରେ ବ୍ଲଡ୍ ବ୍ୟାଙ୍କର କର୍ମଚାରୀ ବୃନ୍ଦଙ୍କ ସହାୟତା ତଥା ବିସିଇଟିର ସମସ୍ତ ସ୍ୱେଚ୍ଛାସେବୀ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀମାନଙ୍କ ସହଯୋଗରେ ୨୧୩ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା । ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମରେ ଅନୁଷ୍ଠାନର ଉପନିର୍ଦ୍ଦେଶକ ଡକ୍ଟର ଶ୍ରୀମାନ ଶ୍ରୀଚନ୍ଦନ ଅତିଥି ମାନଙ୍କୁ ମଞ୍ଚ ଆହ୍ୱାନ କରିବା ସହିତ ସେମାନଙ୍କର ପରିଚୟ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ଡକ୍ଟର ଅମିତାଭ ଗିରି, ସମ୍ମାନୀତ ଅତିଥି ଭାବେ ମଧୁସୁଦନ ଦାସ ଓ ଡକ୍ଟର ବି.କେ. ଉପାଧ୍ୟାୟ ରକ୍ତଦାନର ମହତ୍ତ୍ୱ ସମ୍ପର୍କରେ ରକ୍ତଦାତାମାନଙ୍କୁ ଉଦ୍ବୋଧନ ଦେଇଥିଲେ । ଏହି ଅବସରରେ ନିମନ୍ତ୍ରିତ ଅତିଥି ବୃନ୍ଦଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ଅନୁଷ୍ଠାନ ତରଫରୁ ସମ୍ମାନୀତ କରାଯାଇଥିଲା । ପରିଶେଷରେ ପ୍ରୋଗ୍ରାମ ଅଫିସର ଶ୍ରୀଯୁକ୍ତ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ରକ୍ତଦାନ ଶିବିରରେ ଅନୁଷ୍ଠାନର ଏସ୍.କେ ପାତ୍ର, ଏସ୍.କେ ୱାଜଉଦ୍ଦିନ୍, ଜେ.ଆର ରାଉତ, ଏ.କେ ଭୋଇ, ବି.କେ ପାଢି, ମିଥୁନ କର, ପ୍ରଦୀପ ମହାନ୍ତି, ଏସ୍.କେ ପରିଡା, ଏ.କେ ପ୍ରଧାନ, ଏସ୍.ଏସ୍. ପାଢୀ, ଦେବାଶିଷ ପାଣିଗ୍ରାହୀ, ସରିତା ଜେନା, ସତ୍ୟଜିତ୍ ସାହୁ, ଶଳ୍ପା ମହାନ୍ତି, ସୁମୀତା ଦାସ, ଦେବଶ୍ରୀ ମହାନ୍ତି, ଡ. ଏସ୍.କେ ସାମଲ, ଆର.କେ ସାହୁ, ମୋନାଲିସା ସାମଲ, ବି. ମହାରଣା, କଳ୍ପଶ୍ରୀ ବେହେରା, ପ୍ରାଚୀ ପଣ୍ଡା, ସୂର୍ଯ୍ୟଦିପ୍ତ ଦାସ, ସଞ୍ଜିବ ଚୌଧୁରୀ, ଅମୀତ ଶତପଥୀ, ପ୍ରଦୀପ୍ତ କୁମାର ସ, ନାରାୟାଣ ସିଂହ, ଚିତ୍ତରଞ୍ଜନ ବିଶ୍ୱାଳ, କୈଳାସ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଏଥିରେ ଏନ୍.ଏସ୍.ଏସ୍ ଓ ୱାଇ.ଆର.ସି ଯୁବଛାତ୍ର ସ୍ୱେଚ୍ଛାସେବୀଗଣ ପୂଣ୍ଣମାତ୍ରାରେ ସହଯୋଗ କରିଥିଲେ । ଏଥିରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ପରିଚାଳନା ପରିଷଦର ସଭାପତି ଡଃ. ମନ୍ମଥ କୁମାର ବିଶ୍ୱାଳ ନିମନ୍ତ୍ରିତ ଅତିଥି, ବ୍ଲଡବ୍ୟାଙ୍କର କର୍ମକର୍ତ୍ତା ଏବଂ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀ ତଥା ରକ୍ତଦାତାଙ୍କୁ ଅଭିନନ୍ଦନ ଜଣାଇଥିଲେ ।


