ବିସିସିଆଇରେ ଆରମ୍ଭ ହେଲା ସୌରଭ ଯୁଗ
(ଯୁଗାବ୍ଦ ନ୍ୟୁଜ )ବିଶ୍ୱର ସବୁଠାରୁ ଧନୀ କ୍ରୀଡା ସଂଗଠନ ବିସିସିଆଇର ନୂତନ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ଭାରତୀୟ କ୍ରୀକେଟ ଟିମ ର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି। ଆଜି ସକାଳ ୧୧ଟାରେ ବିସିସିଆଇର ମୁମ୍ବାଇସ୍ଥିତ ମୁଖ୍ୟାଳୟରେ ଦାଦାଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଭାରତୀୟ କ୍ରିକେଟ୍ କଂଟ୍ରୋଲ ବୋର୍ଡର ବାର୍ଷିକ ବୈଠକରେ ଜୟ ଶାହା ଓ ସିଓଏ ବିନୋଦ ରାୟଙ୍କ ସହ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ । ଗାଙ୍ଗୁଲିଙ୍କ କାର୍ୟ୍ୟକାଳ ୯ମାସ ହେବ ଏବଂ ତାଙ୍କୁ ଜୁଲାଇ ମାସରେ ପଦ ଛାଡ଼ିବାକୁ ପଡ଼ିବ, କାରଣ ନୂଆ ସମ୍ବିଧାନ ବ୍ୟବସ୍ଥା ଅନୁଯାୟୀ ୬ବର୍ଷର କାର୍ୟ୍ୟକାଳ ପରେ କୁଲିଙ୍ଗ୍ ଅଫ୍ ପିରିୟଡ ବାଧ୍ୟତାମୂଳକ ଭାବେ ଲାଗୁ ହେବ । ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ଓ କେନ୍ଦ୍ର ଅର୍ଥ ମନ୍ତ୍ରୀ (ରାଷ୍ଟ୍ରପାହ୍ୟା) ଅନୁରାଗ ଠାକୁରଙ୍କ ସାନ ଭାଇ ଅରୁଣ ଧୁମଳ କୋଷାଧ୍ୟକ୍ଷ, ଗୃହମନ୍ତ୍ରୀ ଅମିତ ଶାହାଙ୍କ ପୁଅ ଜୟ ଶାହା ସଚିବ, କେରଳର ଜୟେଶ ଜଜ ଯୁଗ୍ମ ସଚିବ ଓ ଉତ୍ତରାଖଣ୍ଡର ମହୀମ ବର୍ମା ଉପସଭାପତି ଭାବେ ଦାୟିତ୍ୱ ନେଇଛନ୍ତି ।