ବିସିସିଆଇ କଣ୍ଟ୍ରାକ୍ଟରୁ ବାଦ୍‌ ପଡ଼ିଲେ ଧୋନୀ

ମୁମ୍ବାଇ : କ୍ୟାପ୍‌ଟେନ୍‌ କୁଲ୍‌ ମହେନ୍ଦ୍ର ସିଂ ଧୋନୀ ବିଶ୍ବକପ୍‌ ପରଠାରୁ ଭାରତୀୟ ଜର୍ସିରେ ନଜର ଆସିନଥିବା ବେଳେ ବର୍ତ୍ତମାନ ବିସିସିଆଇର ବାର୍ଷିକ ଚୁକ୍ତିରୁ ବାଦ ପଡିଛନ୍ତି । ୨୦୧୯-୨୦ ବର୍ଷ ପାଇଁ ବିସିସିଆଇ ପକ୍ଷରୁ ଘୋଷିତ ଚୁକ୍ତିନାମାରେ ସମୁଦାୟ ୨୭ ଜଣ ଖେଳାଳିଙ୍କୁ ୪ଟି ବର୍ଗରେ ସାମିଲ ରଖାଯାଇଛି । ଏ ପ୍ଲସ୍‌ ବର୍ଗରେ ବିରାଟ କୋହଲି, ରୋହିତ ଶର୍ମା ଏବଂ ଯଶପ୍ରୀତ ବୁମ୍‌ରା ସ୍ଥାନ ପାଇଛନ୍ତି । ସେହିପରି ପ୍ରଥମ ଥର ପାଇଁ ନବଦୀପ ସାଇନି, ମୟଙ୍ଗ ଅଗ୍ରଓ୍ବାଲ, ଶ୍ରେୟସ୍‌ ଆୟାର, ଓ୍ବାଶିଂଟନ୍‌ ସୁନ୍ଦର ଏବଂ ଦୀପକ ଚହର ପ୍ରଥମ ଥର ପାଇଁ ବିସିସିଆଇର ବାର୍ଷିକ ଚୁକ୍ତିରେ ସାମିଲ ହୋଇଛନ୍ତି ।
ଗ୍ରେଡ୍‌ ଏ+ : ବିରାଟ କୋହଲି, ରୋହିତ ଶର୍ମା, ଯଶପ୍ରୀତ୍‌ ବୁମ୍‌ରା
ଗ୍ରେଡ୍‌ ଏ : ରବିଚନ୍ଦ୍ରନ ଅଶ୍ବିନ୍‌, ରବୀନ୍ଦ୍ର ଜାଡେଜା, ଭୁବନେଶ୍ବର କୁମାର, ଚେତେଶ୍ବର ପୂଜାରା, ଆଜିଙ୍କ୍ୟ ରାହାଣେ, କେ ଏଲ୍‌ ରାହୁଲ, ଶିଖର ଧଓ୍ବନ୍‌, ମହମ୍ମଦ ସାମି, ଇଶାନ୍ତ ଶର୍ମା, କୁଲଦୀପ ଯାଦବ ଏବଂ ଋଷଭ ପନ୍ତ ।
ଗ୍ରେଡ୍‌ ବି : ରିଦ୍ଧିମାନ ଶାହା, ଉମେଶ ଯାଦବ, ୟୁଜବେନ୍ଦ୍ର ଚହଲ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ମୟଙ୍କ ଅଗ୍ରଓ୍ବାଲ
ଗ୍ରେଡ୍‌ ସି: କେଦାର ଯାଦବ, ନବଦୀପ ସାଇନି, ଦୀପକ ଚହର, ମନୀଷ ପାଣ୍ଡେ, ହନୁମା ବିହାରୀ, ଶାର୍ଦ୍ଦୁଲ ଠାକୁର, ଶ୍ରେୟସ୍‌ ଆୟାର ଏବଂ ଓ୍ବାଶିଂଟନ୍‌ ସୁନ୍ଦର

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ