ବିସ୍ଥାପିତଙ୍କୁ ଆଗ ଥଇଥାନ କର : ସୁର ରାଉତରାୟ

ଆରଡି, (ଆଲୋକ ଚନ୍ଦ୍ର ନାୟକ):ଶନିବାର କଂଗ୍ରେସ ଦଳର ବରିଷ୍ଠନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତ ରାୟ ଆରଡି ପୀଠକୁ ଆସି ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ପରେ ସେବାୟତମାନଙ୍କ ସହ ଆଖଣ୍ଡଳମଣିଙ୍କ ମନ୍ଦିର ଓ ପୀଠର ଚାଲିଥିବା ଉନ୍ନତିମୂଳକ କାର୍ଯ୍ଯ ବୁଲି ଦେଖିଥଲେ । ପୀଠର ବିଭିନ୍ନ ସମସ୍ଯା ବାବଦରେ ସେବାୟତଙ୍କ ଠାରୁ ପଚାରି ବୁଝିଥିଲେ। ବିଶେଷକରି ମନ୍ଦିର ବେଢାର ସମ୍ପ୍ରସାରଣ ପାଇଁ ବିଗତ ୪ବର୍ଷ ହେବ ବିସ୍ଥାପିତ ହୋଇଥିବା ବ୍ଯବସାୟୀଙ୍କୁ ଦୋକାନଘର କିମ୍ବା କୌଣସି ସହାୟତା ନମିଳିବା ଅତି ନିନ୍ଦନୀୟ ବୋଲି ଶ୍ରୀ ରାଉତରାୟ କହିବା ସହ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଫାଇଭ ଟି ସଚ୍ଚିବ ଭି.କେ. ପାଣ୍ଡିଆନଙ୍କୁ କଡା ସମାଲୋଚନା କରିଥିଲେ । ପୀଠ ସମ୍ପ୍ରସାରଣ କାର୍ଯ୍ଯ ସ୍ବାଗତଯୋଗ୍ଯ ହେଲେ ଏହି କାର୍ଯ୍ଯରେ ବିସ୍ଥାପିତ ହେବାକୁ ଥିବା ବାସଗୃହ ମାଲିକଙ୍କୁ ପୁରୀ ଓ ଭୂବନେଶ୍ବର ଭଳି ୮ଗୁଣା କ୍ଷତିପୂରଣ ସହାୟତା ଦେବାକୁ ରାଜ୍ଯ ସରକାରଙ୍କ ନିକଟରେ ଦାବି ଉଠାଇବେ ବୋଲି ସୁର ପ୍ରକାଶ କରିଥିଲେ । ଚାନ୍ଦବାଲି ବ୍ଲକ କଂଗ୍ରେସ ଓ ଆରଡି ପଞ୍ଚାୟତ ନେତୃସ୍ଥାନୀୟ ବ୍ୟକ୍ତିମାନେ ପୀଠରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ