ବିସ୍ଥାପିତଙ୍କୁ ଜମିପଟ୍ଟା ଦେବାପାଇଁ ରାଜସ୍ୱ ବିଭାଗର ସ୍ୱତନ୍ତ୍ର ପଲ୍ଲୀସଭା

ହାଟଡିହି,(ବିକାଶ ବିଶ୍ୱାଳ): କେନ୍ଦୁଝର ଜିଲ୍ଲା ହଦଗଡ ଅଭୟାରଣ୍ୟ ମଧ୍ୟରୁ ବିସ୍ଥାପିତ ହୋଇଥିବା ୯୪ପରିବାରଙ୍କୁ ଜମିପଟ୍ଟା ଯୋଗାଇ ଦେବାପାଇଁ ରାଜସ୍ୱ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ପଲ୍ଲୀସଭା ଅନୁଷ୍ଠିତ ହୋଇଯାଇଛି । ହଦଗଡ ରାଜସ୍ୱ ନିରୀକ୍ଷକ ପୁରୁଷୋତ୍ତମ କୁଅଁରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ପଲ୍ଲୀସଭାରେ ହାଟଡିହି ତହସିଲଦାର କିର୍ତ୍ତନ ବିହାରୀ ଓଝା, ହଦଗଡ ରେଞ୍ଜର ସୁମିତ ମହାନ୍ତି, ସୋସୋ ଥାନା ଅଧିକାରୀ ରଞ୍ଜନ କୁମାର ବିଶ୍ୱାଳ, ଢ଼େଙ୍କା ପଞ୍ଚାୟତର ସରପଞ୍ଚ ନିମାଇଁ ସାମଲ ପ୍ରମୁଖ ଯୋଗଦେଇଥିଲେ । ଗତ୨୦୧୯ରେ ହଦଗଡ ହସ୍ତୀ ଅଭୟାରଣ୍ୟରୁ ବିସ୍ଥାପିତ ହୋଇଥିବା ଏହି ପରିବାରଙ୍କୁ ଝଣଝଣା ଠାରେ ଅସ୍ଥାୟୀ ଭାବେ ରଖାଯାଇଥିବାବେଳେ ସେମାନଙ୍କୁ କିପରି ଘରଡିହ ଜମି ଯୋଗାଇ ଦିଆଯିବ ସେନେଇ ଏହି ପଲ୍ଲୀସଭାର ଆୟୋଜନ ବୋଲି ରାଜସ୍ୱ ନିରୀକ୍ଷକ ପୁରୁଷୋତ୍ତମ କୁଅଁର ସୁଚନା ପ୍ରଦାନ କରିଥିଲେ । ସ୍ଥାୟୀ ଘର ନଥିବାରୁ ସେମାନେ ନାନା ଅସୁବିଧା ଭୋଗ କରୁôତବାବେଳେ ସାମାନ୍ୟ ବର୍ଷା ପବନ ହେଲେ ସେମାନେ ନିକଟସ୍ଥ ସ୍କୁଲରେ ଆଶ୍ରୟ ନେଉଥବବାରୁ ତୁରନ୍ତ ପ୍ରଶାସନ ସେମାନଙ୍କ ଦୁଖଃ ଦୁର୍ଦ୍ଦଶା ବୁଝୁ ବୋଲି ଗ୍ରାମ୍ୟ କମିଟିର ସଭାପତି ହରିହର ଦଣ୍ଡପାଟ ଅଭିଯୋଗ କରିଥିଲେ । ବିସ୍ଥାପିତ ୯୪ପରିବାରକୁ ଜଂଗଲ ବିଭାଗ ପକ୍ଷରୁ ବିସ୍ଥାପନ ନୀତି ନିୟମ ଅନୁସାରେ ୧୦ଲକ୍ଷ ଲେଖାଏଁ ଅନୁଦାନ ଯୋଗାଇ ଦିଆଯାଇ ଥିବାବେଳେ ସେମାନଙ୍କ ପାଇଁ ଆବାସ ଯୋଜନାର ଘର ଅନୁମୋଦିତ ହୋଇ ରହିଛି । ସେମାନଙ୍କୁ ତହସିଲ ପକ୍ଷରୁ ଜମିପଟ୍ଟା ପ୍ରଦାନ କରାଯିବା ପରେ ତୁରନ୍ତ ଘରନିର୍ମାଣ ଆରମ୍ଭ କରାଯିବ ବୋଲି ରେଞ୍ଜର ଶ୍ରୀ ମହାନ୍ତି ସୁଚନା ଦେଇଥିଲେ । ଏହି ଅଞ୍ଚଳରେ କିଛି ଅସାମାଜିକ କାର୍ଯ୍ୟକଳାପ ସୃଷ୍ଟି ହୁଏ ତେବେ ତୁରନ୍ତ ପୁଲିସକୁ ଜଣାଇବା ପାଇଁ ଥାନା ଅଧିକାରୀ ଶ୍ରୀ ବିଶ୍ୱାଳ ଗ୍ରାମବାସୀଙ୍କୁ ପରାମର୍ଶ ଦେଇଥିଲେ । ଏହି ବିସ୍ଥାପିତ ପରିବାର ଗୁଡିକୁ ତୁରନ୍ତ ଆଗାମି ଜାନୁୟ୍ରାରୀ ପ୍ରଥମ ସପ୍ତାହରେ ଜମିପଟ୍ଟା ପ୍ରଦାନ କରିବାକୁ ତହସିଲଦାର ଶ୍ରୀ ଓଝା ପ୍ରତିଶୃତି ଦେଇଥିଲେ । ଏହି ସାହିକୁ ‘ଆଦର୍ଶ କଲୋନୀ’ ଭାବରେ ନାମକରଣ କରିବାକୁ ସରପଞ୍ଚ ଶ୍ରୀ ସାମଲ ପ୍ରସ୍ତାବ ଦେଇଥିଲେ । ଏହି ପଲ୍ଲୀସଭାରେ କୋଭିଡ ନିୟମ ପାଳନ କରିବା ଉପରେ ତହସିଲଦାର ଗୁରୁତ୍ୱ ଦେଇôତଲେ । ଫଳରେ ବୈଠକରେ ଯୋଗଦେଇଥିବା ସମସ୍ତ ଗ୍ରାମବାସୀ ସାମାଜିକ ଦୁରତା ଓ ମାସ୍କ ପିନ୍ଧିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ