ବିସ୍ଫୋରକ ବୋଝେଇ ଟ୍ରକକୁ ଜବତ କଲା କଲିକତା ପୋଲିସ

କୋଲକତାରୁ ସନ୍ଦେହ ଜନକ ଭାବେ ଜବତ ହେଲା ହଜାରେ କିଲୋ ବିସ୍ଫୋରକ । ବଡ କଥା ହେଉଛି ଓଡିଶା ନମ୍ବର ଥିବା ମାଟାଡୋର ଗାଡିରୁ ଏହି ବିସ୍ଫୋରକ ମିଳିଛି । ସୂଚନା ଅନୁସାରେ ଏହି ବିସ୍ଫୋରକ ଓଡିଶାରୁ ପଶ୍ଚିମବଙ୍ଗର ଉତର ଚବିଶ ପ୍ରଗଣା ଯାଉଥିଲା । ଗାଡିରେ ଥିବା ଉଭୟ ଡ୍ରାଇଭର ଓ ଖଲାସୀଙ୍କୁ କୋଲକତା ପୁଲିସ ଗିରଫ କରିଛି । ଡ୍ରାଇଭର ଇନ୍ଦ୍ରଜିତ ଭୋଇ ଓ ଖଲାସୀ ପଦ୍ମଲୋଚନ ଦେ ବୋଲି ଜଣାପଡିଛି ।ଉଭୟଙ୍କ ଘର ବସ୍ତା ବାଲେଶ୍ୱରରେ ।ତେବେ ଏତେ ପରିମାଣର ବିସ୍ଫୋରକ କେଉଁଠୁ ଆସିଲା, କିଏ ଓ କେଉଁଠାକୁ ପଠାଉଥିଲା ତାକୁ ନେଇ ଖୋଳତାଡ ଆରମ୍ଭ ହୋଇଛି । ବିଶେଷ କରି ଓଡିଶା ନମ୍ବର ଗାଡିରେ ବିସ୍ଫୋରକ ଯାଉଥିବା ବେଳେ ଉଭୟ ଡ୍ରାଇଭର ଓ ଖଲାସୀ ମଧ୍ୟ ଓଡିଶାର ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ