ବିସ୍ଫୋରକ ସାମଗ୍ରୀ ସହ ୪ ସକ୍ରିୟ ମାଓବାଦୀ ଗିରଫ

ମାଲକାନଗିରି,(ମନୋଜ କୁମାର ସାହା): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ସୁକମା ଜିଲ୍ଲା ସୁରକ୍ଷାବାହିନୀଙ୍କ ତଲାସି ଅଭିଯାନ ବେଳେ ୪ ଜଣ ମାଓବାଦୀଙ୍କୁ ଗିରଫ କରିବା ସହ ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି ଯବାନମାନେ । ସୂଚନା ଅନୁଯାୟୀ ମାଓବାଦୀଙ୍କ ଉପସ୍ଥିତି ସମ୍ପର୍କରେ ଗୁଇନ୍ଦା ସୂଚନା ପାଇ ଚିନ୍ତଲନାର ପୋଲିସ ଏବଂ ସିଆରପିଏଫ ୭୪ ବାଟାଲିୟନର ଏକ ମିଳିତ ଦଳ ସର୍ଚ୍ଚ ଅପରେସନରେ ପାଇଁ ରାଭଗୁଡ଼ା ଗ୍ରାମ ଆଖପାଖ ଅଞ୍ଚଳକୁ ବାହାରିଥିଲେ। ଅଭିଯାନ ବେଳେ ରାଭଗୁଡ଼ା ଜଙ୍ଗଲରେ କିଛି ସନ୍ଦିଗ୍ଧ ବ୍ୟକ୍ତି ପୋଲିସ ଦଳକୁ ଦେଖି ଲୁଚିବାକୁ ଚେଷ୍ଟା କରିଥିଲେ। ସନ୍ଦିଗ୍ଧ ଚାରି ବ୍ୟକ୍ତିଙ୍କୁ ଯବାନମାନେ ଘେରି କାବୁ କରି ପଚରାଉଚରା କରିବା ପରେ ସେମାନେ ସମସ୍ତେ ମାଓବାଦୀ ବୋଲି ସ୍ଵୀକାର କରିବା ଜଙ୍ଗଲ ମଧ୍ୟରେ ବୋମା ଖଞ୍ଜିବାକୁ ଆସିଥିବା ସ୍ଵୀକାର କରିଥିଲେ। ତେବେ ଯବାନ ମାନେ ସେମାନଙ୍କୁ ଗିରଫ କରି ତାଙ୍କ ନିକଟରୁ ୧୫ଟି ଜିଲାଟିନ୍ ରଡ୍, ୨ ଟି ବୈଦ୍ୟୁତିକ ଡେଟୋନେଟର, ୮ ଟି ଅଣ-ବୈଦ୍ୟୁତିକ ଡେଟୋନେଟର ଏବଂ ଅନ୍ୟାନ୍ୟ ସାମଗ୍ରୀ ସମେତ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟରେ ହାଜର ସହ ଜେଲକୁ ପଠାଯାଇଛି ବୋଲି ପୁଲିସ କହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ