ବିହନ ବିଶୋଧନ କାର୍ଯ୍ୟକ୍ରମ

ଭଣ୍ଡାରିପୋଖରୀ,( ଦୁର୍ଯ୍ୟୋଧନ ଲେଙ୍କା ) : ରାଜ୍ୟ ସରକାରଙ୍କ ପକ୍ଷରୁ ଭଣ୍ଡାରିପୋଖରୀ କୃଷି ବିଭାଗ ଆନୁକୂଲ୍ୟରେ ଆଜି ବିଭିନ୍ନ ପଂଚାୟତ ଅଂଚଳରେ ବିହନ ବିଶୋଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧିନ ଆସ୍ଥା ମନ୍ତ୍ରବାସିନୀ ଏସଏଚଜି ସମ୍ପାଦିକା ବାସନ୍ତୀ ପାଲଙ୍କ ନେତୃତ୍ୱରେ ଵିଷ୍ଣୁପୁର ଠାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମ ରେ ବ୍ଲକ କୃଷି ଅଧିକାରୀ ରାଧାରମଣ ମହନ୍ତ, ସାମାଜିକ କର୍ମୀ ଟୁଟୁ ବେହେରା, ଗ୍ରାମ୍ୟ କୃଷି କର୍ମଚାରୀ ସ୍ମୃତିରଞ୍ଜନ ରାଉତ ପ୍ରମୁଖ ଯୋଗଦେଇ ବିହନ ବିଶୋଧନ ଉପକାରିତା ସମ୍ପର୍କରେ ମତ ଦେଇଥିଲେ। ମିରହସନପୁର ଠାରେ ମଧ୍ୟ ଏସଏଚଜି ଦ୍ୱାରା ବିହନ ବିଶୋଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅନୁରୂପ ଭାବେ ବୟା ଓ ଦକ୍ଷିଣ ବାଡ଼ ପଞ୍ଚାୟତରେ ମଧ୍ୟ ବିହନ ବିଶୋଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏସଏଚଜି ସମ୍ପାଦିକା ସୁଶ୍ରୀ ପାଲଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ପ୍ରଶାନ୍ତ ସାହୁ, ବିଜୟ ଶଙ୍କର ମହାନ୍ତି, ବରିଷ୍ଠ ଗ୍ରାମ୍ୟ କୃଷି କର୍ମଚାରୀ ଶିବନାରାୟଣ ପାଣି ପ୍ରମୁଖ ଯୋଗଦେଇ ଉପସ୍ଥିତ ଚାଷୀ ମାନଙ୍କୁ ବିହନ ବିଶୋଧନ ଉପକାରିତା ସମ୍ପର୍କରେ କହିଥିଲେ। ଆଖପାଖ ଅଞ୍ଚଳର ଅନେକ ଚାଷୀ ଏଥିରେ ଯୋଗଦେଇଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଆୟୋଜକ ଆସ୍ଥା ମନ୍ତ୍ରବାସିନୀ କାର୍ଯ୍ୟକର୍ତ୍ତା ମାନେ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ