ବିହନ ବିଶୋଧନ ପ୍ରଦର୍ଶନୀରେ କୃଷି ବିଭାଗ ଯୁଗ୍ମ ନିର୍ଦ୍ଦେଶକ ।

ବୁଗୁଡା (ଅନିଲ କୁମାର ମହାରଣା): ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ୨୦୨୦-୨୧ ଯୋଜନା ପ୍ରକାରେ ବୁଗୁଡା ବ୍ଲକର ବେତାରସିଂ ଓ ଡେଙ୍ଗାବାଡି ଗ୍ରାମରେ ବିହନ ବିଶୋଧନ ପ୍ରଣାଳୀ ପ୍ରଦର୍ଶିତ ହୋଇଯାଇଛି। ବେତାରସିଂ ଠାରେ ଅନୁଷ୍ଠିତ ବିହନ ବିଶୋଧନ ପ୍ରଦର୍ଶନୀ କାର୍ଯ୍ୟକ୍ରମରେ କୃଷି ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଅର୍ଜୁନ ବିଷୋୟୀ ଓ ଭଞ୍ଜନଗର କୃଷିଜିଲ୍ଲା ଅଧିକାରୀ ପ୍ରଦୀପ କୁମାର ସାହୁ ଯୋଗଦେଇ ଉପସ୍ଥିତ କୃଷକମାନଙ୍କୁ ବିହନ ବିଶୋଧନ କରିବା ଦ୍ୱାରା ହେଉଥିବା ଉପକାର ବିଷୟରେ ପ୍ରାଞ୍ଜଳ ଭାବେ ବୁଝାଇବା ସହ ବିଶୋଧନ ପଦ୍ଧତି ବିଷୟରେ ମଧ୍ୟ ବୁଝାଇ ଥିଲେ। ବୁଗୁଡା ସହକାରୀ କୃଷି ଅଧିକାରୀ ନିହାର ରଞ୍ଜନ ପୃଷ୍ଟି ଓ ସ୍ୱାଗତିକା ପତି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ କୃଷକମାନଙ୍କୁ ବିଭିନ୍ନ ସମନ୍ବିତ ଫସଲ ପରିଚାଳନା ପଦ୍ଧତି ସମ୍ପର୍କରେ ଉତ୍ତମ ଭାବେ ବୁଝାଇଥିଲେ। ଏହି ଅବସରରେ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ବିଷୋୟୀ ଓ ଜିଲ୍ଲା କୃଷି ଅଧିକାରୀ ଶ୍ରୀସାହୁ ଉଭୟେ ଟି.ଆଇ.ଏଫ.ଏ. ଯୋଜନାରେ ବେତାରସିଂ ଗ୍ରାମରେ ହୋଇଥିବା ଚିନାବାଦାମ ଚାଷ କ୍ଷେତ୍ର ପରିଦର୍ଶନ କରିବା ସହ ଚାଷୀ ମାନଙ୍କ ସହ ଆଲୋଚନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ