ବିହାର ୧୪ ଜିଲ୍ଲାରେ ବଜ୍ରଘାତ : ୩୦ ମୃତ ୨୭ ଗୁରୁତର
ଦେଶରେ ପ୍ରଚଣ୍ଡ ଖରାରେ ଦେଶବାସୀ ଆଉଟୁ ପାଉଟୁ ହେଉଥିବା ସମୟରେ ମୈାସୁମୀ ବର୍ଷା କିଛି ଲୋକମାନଙ୍କୁ ଆଶ୍ୱସ୍ତି ଦେଉଥିବା ସମୟ୍ରରେ ପ୍ରବଳ ବର୍ଷା, ସହ ବିହାରର ୧୪ ଜିଲ୍ଲାରେ ବଜ୍ରପାତ ଘଟି ୩୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୭ ଜଣ ଗୁରୁତର ଆହାତ ହୋଇଛନ୍ତି । ଆହାତ ମାନଙ୍କୁ ବିଭିନ୍ନ ଘରୋଇ ଓ ସରକାରୀ ମେଡିକାଲରେ ଭର୍ତ୍ତିକରାଯାଇଛି । ଭାଗଲପୁରରେ ୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ବେଗୁସୁରାଇରେ ୫ଜଣ ଓ ସହରସାରେ ୩ ଜଣ ,ଅରର୍ରିୟାରେ ୨ ଜଣ ,କଟିହାରରେ ୨ ଜଣ ଖଗରିଆ ,ମଧେପୁରା ,ଦରଭଙ୍ଗା, ମଧୁବଣୀ ,ସିତାମଢି , ମୋତିହାରୀ ଏବଂ ଗୟାରେ ୧ ଲେଖାଏଁ ମୃତ ବରଣ କରିଛନ୍ତି । ବିହାରର ମୁଖ୍ୟ ମନ୍ତ୍ରୀ ମୃତକ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଘୋଷଣା କରିବା ସହ ଶୋକ ପ୍ରକାଶ କରିଛନ୍ତି ।


