ବିହାରରେ ବିଜେପି ଏବଂ ଜେଡିୟୁ ମେଣ୍ଟ ପାଇଁ ନୂଆ ସୂତ୍ର ବାହାର କରିଛନ୍ତି ନୀତିଶ କୁମାର !

ପାଟନା: ବିହାରରେ ବିଜେପି ଏବଂ ଜେଡିୟୁ ମେଣ୍ଟ ଏଥର ପୁଣି ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଚେହେରାଭାବେ ଗ୍ରହଣ କରି ଆଗାମୀ ବିଧାନସଭା ନିର୍ବାଚନ ଲଢ଼ିବ ବୋଲି କିଛି ଦିନ ତଳେ ଅମିତ ଶାହ ଘୋଷଣା କରିଥିଲେ । ତେବେ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ଯେ ବିହାରରେ ଆସନ ବୁଝାମଣା ନେଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏକ ଫର୍ମୁଲା ପ୍ରସ୍ତୁତ କରିଥିବା କୁହାଯାଉଛି । ବିହାରରେ ବିଜେପି ଏବଂ ଜେଡିୟୁ ଲାକସଭା ନିର୍ବାଚନ ସମୟରେ ସମାନ ଆସନରେ ନିର୍ବାଚନ ଲଢିଥିଲେ । କିନ୍ତୁ ମିଳିଥିବା ସୂଚନା ଅନୁସାରେ ବିଧାନସଭା ନିର୍ବାଚନରେ ଆସନ ବୁଝାମଣା ୨୦୧୦ ରେ ହୋଇଥିବା ବୁଝାମଣା ଆଧାରରେ ହୋଇପାରେ । ସୂଚନାଯୋଗ୍ୟ, ୨୦୧୦ ରେ ଜେଡିୟୁ ୧୪୧ ଏବଂ ବିଜେପି ୧୦୨ ଆସନରେ ବିଧାନସଭା ନିର୍ବାଚନ ଲଢିଥିଲେ । ଏବେ ଏହି ମେଣ୍ଟରେ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାସୱାନଙ୍କ ଏଲଜେପି ଥିବାରୁ ତା’ପାଇଁ ମଧ୍ୟ କିଛି ଆସନ ଛାଡିବାକୁ ହେବ । ଉଭୟ ବିଜେପି ଏବଂ ଜେଡିୟୁ ନିଜର ଆସନରୁ ୧୫ଟି ଲେଖାଏଁ ଏଲଜେପିକୁ ଦେବେ । ଯଦିଓ ନୀତିଶଙ୍କ ଫର୍ମୁଲା ସାର୍ବଜନୀନ ହୋଇନାହିଁ , ତେବେ କୁହାଯାଉଛି ଯେ, ତାଙ୍କ ଦଳର ଏହି ଫର୍ମୁଲାକୁ ବିଜେପି ମାନିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ