ବିହାର ଓ ହରିଆଣାକୁ ୧୦ କ୍ୱିଣ୍ଟାଲ ଗଞ୍ଜେଇ ଚାଲାଣ ବେଳେ ଜବତ,୭ଗିରଫ

ଗଜପତି ଜିଲ୍ଲା ଚୋରା ଗଞ୍ଜେଇ କାରବାରର ଅମରାବତୀ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଗଜପତି ଜିଲ୍ଲା ବର୍ତ୍ତମାନ ଚୋରା ଗଞ୍ଜେଇ କାରାବାରର ଅମରାବତୀ ପାଲଟିଛି । ପୃଥକ ପୃଥକ ଭାବେ ଗଜପତି ଜିଲ୍ଲାରୁ ବିହାର ଓ ହରିଆଣାକୁ ୧୦ କ୍ୱିଣ୍ଟାଲ ଗଞ୍ଜେଇ ଚାରା ଚାଲାଣ ବେଳେ ଜବତ ହୋଇଛି । ଏହି ଘଟଣାରେ ୭ଜଣକୁ ଗିରଫ କରାଯାଇଛି । ଘଟଣାରୁ ପ୍ରକାଶ, ଗତକାଲି ମୋହନା ଥାନାର ଏସଆଇ ପିଙ୍କି ମୁର୍ମୁ ପୋଲିସ ଦଳଙ୍କ ସହ କମଳାପୁର ନାକା ଛକରେ କାର୍ଯ୍ୟରତ ଥିବା ବେଳେ ସଂନ୍ଦେହଜନକ ଭାବେ ଜେଏଚ ୦୨ ୭୯୭୬ ନଂମ୍ବର ବିଶିଷ୍ଟ ଏକ ଟ୍ରକକୁ ଅଟକାଇ ଖାନତଲାସ କରିଥିଲେ । ଏଥିରୁ ୧୮ଗୋଟି ବସ୍ତା ଗଞ୍ଜେଇ ବାହାରି ଥିଲା । ଏହାର ଓଜନ ସାଢେ ୫ କ୍ୱିଣ୍ଟାଲ ଅଟେ । ଏହି ଗଞ୍ଜେଇର ମୁଲ୍ୟ ୩୦ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବା ସୁଚନା ମିଳିଛି । ଏହି ଘଟଣାରେ ଗଞ୍ଜେଇ ଚୋରା ଚାଲାଣକାରୀ ଟ୍ରକ ଡ୍ରାଇଭର ଲାଲୁ କୁମାର ଯାଦବ(୨୨)କୁ ପୋଲିସ ଗିରଫ କରିଛି । ଲାଲୁର ଘର ବିହାର ପାଟଣା ଜିଲ୍ଲାର ମୋଦିପୁର ଗ୍ରାମରେ ବୋଲି ଜଣାପଡିଛି । ତେଣୁ ଏହି ଗଞ୍ଜେଇକୁ ସେ ବିହାର ଚାଲାଣ ପାଇଁ ନେଉଥିବା ସ୍ପଷ୍ଟ ହୋଇଛି । ଏ ନେଇ ମୋହନା ଥାନା କେସ ନଂ ୩୨/୨୧ରେ ମକଦ୍ଦମା ରୁଜୁ କରି ଅଭିଯୁକ୍ତଙ୍କୁ ଆଜି କୋର୍ଟକୁ ଚାଲାଣ କରାଯାଇଥିବା ଆଇଆଇସି ସୁଜିତ କୁମାର ନାୟକ ଜଣାଇଛନ୍ତି । ସେହିପରି ଆଜି ଗଜପତି ଜିଲ୍ଲାର ଅଡବା ଥାନା ଠାରୁ ୪କିମି ଦୁରରେ ୨ଗୋଟି ମିନି ଭ୍ୟାନ ଯଥା (ଏପି ୦୫ ପିଡି ୮୫୯୭) ଏବଂ (ଏପି ୩୧ ଟିକ୍ୱି ୦୮୫୦) ଦ୍ୱାରା ହରିଆଣାକୁ ୪କ୍ୱିଣ୍ଟାଲରୁ ଉର୍ଦ୍ଧ୍ୱ ଗଞ୍ଜେଇକୁ ଚୋରା ଚାଲାଣ ବେଳେ ଅଡବା ପୋଲିସ ଜବତ କରିଛନ୍ତି । ଏହି ଘଟଣାରେ ରାୟଗଡା ଜିଲ୍ଲାର ଗୁଣପୁର ଅଞ୍ଚଳର ୩ଜଣ ଓ ହରିଆଣା ଅଞ୍ଚଳର ୩ଜଣ ମୋଟ ୬ଜଣଙ୍କୁ ଗିରଫ କରାଯାଇଛି । ଏମାନେ ୨ଟି ଭ୍ୟାନ ଦ୍ୱାରା ଅତ୍ୟନ୍ତ କୌଶଳକ୍ରମେ କମ୍ବଳ ଓ ବିଭିନ୍ନ ଲୁଗା ବିକ୍ରୀ ଆଳରେ ତଳେ ଗଞ୍ଜେଇ ବସ୍ତାକୁ ଲୁଚାଇ ଚୋରା ଚାଲାଣ କରୁଥିବା ବେଳେ ପୋଲିସ ଦ୍ୱାରା ଧରା ପଡିଛନ୍ତି ବୋଲି ଅଡବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ସୁଚନା ପ୍ରଦାନ କରି ଘଟଣା ନେଇ ଆହୁରି ଅଧିକ ତଦନ୍ତ ଜାରି ରହିଥିବା କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ